ଖାଦ୍ୟକୁ ପରଖନ୍ତୁ, ନଚେତ ପଡ଼ି ପାରନ୍ତି ଅସୁବିଧାରେ: ନାମୀଦାମୀ କମ୍ପାନିର ଛେନା ପ୍ୟାକେଟରୁ ବାହାରିଲା କାଚଗୁଣ୍ଡ

Advertisment
ଖାଦ୍ୟକୁ ପରଖନ୍ତୁ, ନଚେତ ପଡ଼ି ପାରନ୍ତି ଅସୁବିଧାରେ: ନାମୀଦାମୀ କମ୍ପାନିର ଛେନା ପ୍ୟାକେଟରୁ ବାହାରିଲା କାଚଗୁଣ୍ଡ

ନୂଆଦିଲ୍ଲୀ: କୌଣସି ଖାଦ୍ୟ ଖାଇବା ପୂର୍ବରୁ ତାହାକୁ ଭଲଭାବେ ପରଖି ନିଅନ୍ତୁ ତା’ପରେ ଖାଆନ୍ତୁ। ନହେଲେ ଅସୁବିଧାରେ ପଡ଼ି ପାରନ୍ତି । ଏପରି କହିବାର ଯର୍ଥାତ ନୋଏଡା ସେକ୍ଟର-୯୨ ରେ ଗାୟତ୍ରୀ ସିଂହ ନାମକ ଜଣେ ମହିଳା ନିଜ ପରିବାର ସହ ବାସ କରନ୍ତି । ସେ ଏପ୍ରିଲ ୧୦ ତାରିଖରେ ବଜାରରୁ ଅମୁଲ କମ୍ପାନିର ଏକ ଛେନା ପ୍ୟାକେଟ୍‌ କିଣି ପରଦିନ ପୁଅର ଲଞ୍ଚବକ୍ସରେ ଦେବାକୁ ଗଲାବେଳେ ଛେନାରେ କାଚଗୁଣ୍ଡ ଥିବାର ଦେଖିବାକୁ ପାଇଥିଲେ। ଆଶ୍ଚର୍ଯ୍ୟର କଥା କେବଳ ଗୋଟିଏ ସ୍ଲାଇସର ନେୁହଁ ଏହିଭଳି ସମବସ୍ଥା ଚାରୋଟି ସ୍ଲାଇସର ଥିଲା ।

publive-image

ଗାୟତ୍ରୀ ତତକ୍ଷଣାତ ଅମୁଲ କମ୍ପାନିକୁ ଏହି ବିଷୟରେ ଅବଗତ କରାଇଥିଲେ । କମ୍ପାନି ପକ୍ଷରୁ ୪୮ ଘଣ୍ଟା ଭିତରେ ଏହାର ତଦାରଖ କରିବା ପାଇଁ ଆଶ୍ୱାସନା ଦିଆଯାଇଛି ଏହି ମାମଲାରେ ଖାଦ୍ୟ ସୁରକ୍ଷା ଅଫିସରଙ୍କ କହିବାନୁସାରେ ତାଙ୍କୁ ଏହି ଘଟଣା ଉପରେ କେହି ଅବଗତ କରାଇ ନଥିଲେ । ଯେହେତୁ ସେ ବିଳମ୍ବରେ ଏହି ଖବର ଜାଣିଲେ ତେଣୁ ସେ ଖୁବଶୀଘ୍ର ଏହାର ଜାଞ୍ଚ କରିବେ । ଯଦି ଏଥିରେ କମ୍ପାନିର ତ୍ରୁଟି ଜଣାପଡିଲା ତେବେ କମ୍ପାନିକୁ ଏଥିପାଇଁ ୧ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe