ଆମ୍‌ୱେ ଆଣିଲା ହର୍ବାଲ୍ ସ୍କିନ୍ କେୟାର ଉତ୍ପାଦ

Advertisment
ଆମ୍‌ୱେ ଆଣିଲା ହର୍ବାଲ୍ ସ୍କିନ୍ କେୟାର ଉତ୍ପାଦ

ଭୁବନେଶ୍ବର: ଆମ୍‌ୱେ ଇଣ୍ଡିଆ ପକ୍ଷରୁ ଓଡ଼ିଶା ବଜାରରେ ହର୍ବାଲ୍ ସ୍କିନ୍ କେୟାର ଉତ୍ପାଦକୁ ଉନ୍ମୋଚନ କରାଯାଇଛି। ‘ଆଟିଚ୍ୟୁଡ୍ ବି ବ୍ରାଇଟ୍‌ ହର୍ବାଲ୍‌’ ବ୍ରାଣ୍ଡ୍‌ ଅଧୀନରେ କଂପାନି ଏକ ଡେ’ କ୍ରିମ୍, ଏକ ନାଇଟ୍‌ କ୍ରିମ୍ ଓ ଏକ ଫେସ୍‌ୱା‌ସ୍‌କୁ ଉନ୍ମୋଚନ କରିଛି। ସେଗୁଡ଼ିକର ମୂଲ୍ୟ ୩୬୫ ଟଙ୍କାରୁ ଆରମ୍ଭ ହୋଇଛି। ଆଜି ଆମ୍‌ୱେର ଚନ୍ଦ୍ରଶେଖରପୁର ସ୍ଥିତ କାର୍ଯ୍ୟାଳୟରେ କଂପାନିର ଉପସଭାପତି-ପୂର୍ବ ଚନ୍ଦା ଚକ୍ରବର୍ତୀ ନୂତନ ଉତ୍ପାଦଗୁଡ଼ିକୁ ଉନ୍ମୋଚନ କରିଛନ୍ତି। ‌ଗତ ଫେବ୍ରୁଆରିରେ ଆମ୍‌ୱେ ପକ୍ଷରୁ ନ୍ୟୁଟ୍ରାସ୍ୟୁଟିକାଲ୍ ବର୍ଗରେ ହର୍ବାଲ୍ ଉତ୍ପାଦ ଅଣାଯାଇଥିଲା। ସେହି ଉତ୍ପାଦଗୁଡ଼ିକ ବିକ୍ରିରୁ କଂପାନି ଅକ୍ଟୋବର ସୁଦ୍ଧା ୬୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଏବେ ଉନ୍ମୋଚନ ହୋଇଥିବା ହର୍ବାଲ୍ ସ୍କିନ୍ କେୟାର ଉତ୍ପାଦ ଜରିଆରେ ଆସନ୍ତା ତିନି ବର୍ଷ ଭିତରେ ୪୫ କୋଟି ଟଙ୍କାର କାରବାର କରିବାକୁ ଆମ୍‌ୱେ ଲକ୍ଷ୍ୟ ରଖିଛି। ନୂତନ ଉତ୍ପାଦ ଜରିଆରେ ଗ୍ରାହକଙ୍କୁ ଆକର୍ଷିତ କରୁଥିବା ଆମ୍‌ୱେ ଏହାର ଡିଜିଟାଲ୍ ଉପସ୍ଥିତି ବଢ଼ାଇବା ଉପରେ କାମ କରୁଛି। ଏଥିପାଇଁ କଂପାନି ୨୦ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରିଛି ଯାହା ୨୦୧୯ରୁ ଲାଗୁ ହେବ। କଂପାନି ଏହାର ଇ-କମର୍ସ ୱେବସାଇଟ୍‌କୁ ଅଧିକ ଆକର୍ଷଣୀୟ କରିବ ଓ ଡିଜିଟାଲ୍ ଜଗତରେ ନିଜର ଅଧିକ ପ୍ରଚାର ପ୍ରସାର କରିବ। ଏହି ଅବସରରେ କଂପାନିର କାଟେଗୋରି ମୁଖ୍ୟ-ବିଉଟି ଆଣ୍ଡ୍‌ ପର୍ସନାଲ୍ କେୟାର ଅନିଷା ଶର୍ମା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe