୨,୧୭୧ କୋଟିର ନିବେଶ ପ୍ରସ୍ତାବ ମଞ୍ଜୁର: ୩ଟି ତାରକା ହୋଟେଲ୍‌ ନିର୍ମାଣ ହେବ

Advertisment

୨ଟି ସିମେଣ୍ଟ୍ କଂପାନି ୮୪୦ କୋଟି ନିବେଶ କରିବେ, ଆର୍ସେଲର ମିତ୍ତଲ ୧୫୦ କୋଟି ଖଟାଇବ

୨ଟି ସିମେଣ୍ଟ୍ କଂପାନି ୮୪୦ କୋଟି ନିବେଶ କରିବେ, ଆର୍ସେଲର ମିତ୍ତଲ ୧୫୦ କୋଟି ଖଟାଇବ

ଗୋପଳ‌ପୁରରେ ଔଷଧ ଉତ୍ପାଦନ: ୭ ପ୍ରକଳ୍ପରେ ୮୦,୧୨୫ କୋଟି ନିବେଶ

ଭୁବନେଶ୍ବର: ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କର୍ତ୍ତୃପକ୍ଷ ବୈଠକରେ ଆଜି ୨୧୭୧.୮୨ କୋଟି ଟଙ୍କା ମୂଲ୍ୟର ୧୦ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ, ସିମେଣ୍ଟ୍, ରାସାୟନିକ, ଅକ୍ଷୟ ଶକ୍ତି ଓ ପର୍ଯ୍ୟଟନ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୫୨୪୨ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସ‌ୁଯୋଗ ସୃଷ୍ଟି ହେବ। ଆଜି ମାଇଁ ହୋମ୍ ଇଣ୍ଡଷ୍ଟ୍ରିଜ୍, ଏଲ୍‌ ଏନ୍ ମେଟାଲିକ୍ସ, ଆର୍ସେଲର ମିତ୍ତଲ, ମାସ୍‌ ବାୟୋ ଫୁଏଲ୍‌, ଭାଇବ୍ରାଣ୍ଟ୍ ସ୍ପିରିଟସ୍‌, ଭିସିଆଇ କେମିକାଲ୍ସ ଇଣ୍ଡଷ୍ଟ୍ରିଜ୍, ରାମ୍‌କୋ ସିମେଣ୍ଟସ୍‌, ଲକ୍‌ଜୁରିଓ ଆସେଟସ୍‌, ଲାଲ୍‌ଚାନ୍ଦ ରିସୋର୍ଟସ୍‌ ଓ ଶୈଳବାଳା ଇନଫ୍ରାଷ୍ଟ୍ରକ୍‌ଚର୍‌ର ନିବେଶ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ପ୍ରଦାନ କରାଯାଇଛି।

ମାଇଁ ହୋମ୍ ଇଣ୍ଡଷ୍ଟ୍ରିଜ୍‌ ଯାଜପୁରର ବଡ଼ଚଣା ଠାରେ ୬୫୦ କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୩ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏକ ସିମେଣ୍ଟ୍ ଗ୍ରାଇଣ୍ଡିଂ ୟୁନିଟ୍ ସ୍ଥାପନ କରିବ। ସେହିପରି, ଏଲ୍‌ ଏନ୍ ମେଟାଲିକ୍ସ ପକ୍ଷରୁ ଝାରସୁଗୁଡ଼ାର ଶ୍ରୀପୁରାରେ ୨୦୫ କୋଟି ଟଙ୍କା ବିନିଯୋଗରେ ବିଲେଟ୍, ଫେରୋ ଆଲଏଜ୍, ଲୁହାପଥର ବେନିଫିକେସନ, ସ୍ପଞ୍ଜ ଆଇରନ୍ ଓ ଏକ ସିପିପି ସ୍ଥାପନ କରାଯିବ। ଆସେୟଳର ମିତ୍ତଲ ଜଗତସିଂପୁରର ଉଦୟବଟରେ ୧୫୦ କୋଟି ଟଙ୍କା ବ୍ୟୟରେ ରିଭରିନ୍ ଜେଟ୍ଟି ପ୍ରକଳ୍ପ ସ୍ଥାପନ କରିବ। ମାସ୍ ବାୟୋ ଫୁଏଲ୍‌ ପକ୍ଷରୁ ‌ସୋନପୁରର ତରଭାରେ ୨୫୮.୦୫ କୋଟି ଟଙ୍କା ବିନିଯୋଗରେ ଇଥାନଲ୍‌, ଏକ୍ସଟ୍ରା ନ୍ୟୁଟ୍ରାଲ୍ ଆଲ୍‌କୋହଲ୍‌ ଓ କୋଜେନେରେସନ୍ ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ଭାଇବ୍ରାଣ୍ଟ୍‌ ସ୍ପିରିଟ୍‌ସ ବରଗଡ଼ରେ ୧୦୦ କୋଟି ଟଙ୍କା ନିବେଶ କରି ଇଥାନଲ୍‌ ପ୍ଲାଣ୍ଟ୍‌ ସ୍ଥାପନ କରିବ। ଯାଜପୁରର କଳିଙ୍ଗନଗରରେ ଭିସିଆଇ କେମିକାଲ୍ସ ୨୧୦ କୋଟି ଟଙ୍କା ନିବେଶ କରି କୋଲ୍ ଟାର୍‌ ଡିଷ୍ଟିଲେସନ୍ ପ୍ଲାଣ୍ଟ୍‌ ସ୍ଥାପନ କରିବ। ରାମ୍‌କୋ ସିମେଣ୍ଟ୍‌ ଯାଜପୁରର ହରିଦାସପୁରରେ ୧୯୦ କୋଟି ଟଙ୍କା ନିବେଶ କରିବ।

ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ଆଜି ତିନିଟି ହୋଟେଲ୍ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି। ଲକ୍‌ଜୁରିଓ ଆସେଟ୍‌ସ, ଲାଲ୍‌ଚାନ୍ଦ ରିସୋର୍ଟସ୍‌ ଓ ଶୈଳବାଳା ଇନଫ୍ରାଷ୍ଟ୍ରକ୍‌ଚର୍‌ ପକ୍ଷରୁ ଏହି ହୋଟେଲ୍‌ଗୁଡ଼ିକୁ ସ୍ଥାପନ କରାଯିବ। ଲକ୍‌ଜୁରିଓ ଆସେଟ୍‌ସ ପକ୍ଷରୁ ୧୮୧.୬୦ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ବରରେ ଏକ ପଞ୍ଚତାରକା ହୋଟେଲ୍‌ ନିର୍ମାଣ କରାଯିବ। ଲାଲ୍‌ଚାନ୍ଦ ରିସୋର୍ଟସ୍‌ ଖୋର୍ଦ୍ଧାରେ ୧୧୯.୬୭ କୋଟି ଟଙ୍କା ବିନିଯୋଗରେ ଏକ ହୋଟେଲ୍‌ ତଥା ଲକ୍‌ଜୁରି ରିସୋର୍ଟସ୍‌ ସ୍ଥାପନ କରିବ। ଶୈଳବାଳା ଇନଫ୍ରାଷ୍ଟ୍ରକ୍‌ଚର୍ ପକ୍ଷରୁ ୧୦୭.୫୦ କୋଟି ଟଙ୍କା ବିନିଯୋଗରେ ଚନ୍ଦକା ଶିଳ୍ପାଞ୍ଚଳରେ ଏକ ୪-ତାରକା ହୋଟେଲ୍‌ ନିର୍ମାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe