ଆନନ୍ଦ ମହିନ୍ଦ୍ରା ସ୍କୁଲ ଦିନର ଛବି ସେୟାର କଲେ

Advertisment
ଆନନ୍ଦ ମହିନ୍ଦ୍ରା ସ୍କୁଲ ଦିନର ଛବି ସେୟାର କଲେ

ନୂଆଦିଲ୍ଲୀ: ବିଜ୍‌ନେସ୍ ଟାଇକୁନ୍ ଆନନ୍ଦ ମହିନ୍ଦ୍ରା ନିକଟରେ ଟୁଇଟରରେ ତାଙ୍କର ସ୍କୁଲ ଦିନର ଏକ ଛବି ସେୟାର କରି ସାଙ୍ଗମାନଙ୍କୁ ଖୁସି କରିଦେଇଛନ୍ତି। ‌୬୬ ବର୍ଷୀୟ ଏହି ବ୍ୟବସାୟୀ ଜଣକ ଏକ ଭିଡିଓ ସଂସ୍ପର୍ଶରେ ଆସିଥିଲେ। ସେହି ଭିଡିଓରେ ତାଙ୍କ ସ୍କୁଲ ସହପାଠୀ ନିକୋଲାସ ହର୍ସବର୍ଗ ଗୀତ ଗାଉଥିଲେ। ଏହାପରେ ମହିନ୍ଦ୍ରାଙ୍କ ସ୍ମୃତି ଉଜ୍ଜୀବିତ ହୋଇଗଲା। ଉଟିରେ ପଢ଼ିବା ଦିନର କଥାସବୁ ମନେପଡ଼ି ଯାଇଥିଲା। ଭାରତରେ ସ୍ଥାୟୀଭାବେ ରହିଥିବା ଏକ ବ୍ରିଟିସ୍‌ ଦମ୍ପତିଙ୍କର ଦୁଇଜଣ ପିଲା ତାଙ୍କ ସହ ପଢ଼ୁଥିଲେ। ସେ ଦୁହେଁ ହେଉଛନ୍ତି ନିକୋଲାସ ହର୍ସବର୍ଗ ଏବଂ ତାଙ୍କ ଭାଇ ମାଇକେଲ। ସେମାନଙ୍କର ସ୍ଥାନୀୟ ଡାକନାମ ଥିଲା ନାଗୁ ଓ ମୁଠୁ। ମହିନ୍ଦ୍ରା କହିଛନ୍ତି ଯେ, ସେ ଦୁଇଜଣ ଏବେ କେମିତି ଥିବେ ସେ ବିଷୟରେ ତାଙ୍କର କିଛି ଧାରଣା ନ ଥିଲା। ନିକଟରେ ସୋସିଆଲ ମିଡ଼ିଆରେ ସେୟାର ହୋଇଥିବା

ଭିଡିଓରେ ସେ ଦେଖିଲେ ଯେ, ନିକୋଲାସ ମାଲୟାଲମ୍ ଭାଷାରେ ଏକ ଗୀତ ଗାଉଛନ୍ତି। ଦୁଇଭାଇ ଇଂରେଜ ମୂଳ ହେଲେ ମଧ୍ୟ ଭାରତୀୟ ଭାଷା ସୁନ୍ଦର ଭାବରେ ଉଚ୍ଚାରଣ କରିବା ଦେଖି ସେ ଖୁବ୍ ଖୁସି ହେଲେ। ଏହି ଗୀତ ୧୯୭୩ ମସିହାର ଏକ ସିନେମାର ଥିଲା। ଏହାପରେ ମହିନ୍ଦ୍ରା ପୁରୁଣା ଆଲ୍‌ବମ୍ ଖୋଜି ତାଙ୍କ ସ୍କୁଲ ଦିନ (୧୯୬୮-୬୯ ମସିହା)ର ଏକ ଫଟୋ ସେୟାର କରି ବନ୍ଧୁମାନଙ୍କୁ ଖୁସି କରିଦେଇଥିଲେ। ଏହି ଫଟୋରେ ମହିନ୍ଦ୍ରା ନିଜେ ତାଙ୍କ ସାଙ୍ଗମାନଙ୍କ ସହ ଗୀତ ଗାଇବାର ଚିତ୍ର ରହିଛି। ମହିନ୍ଦ୍ରା ଏଥିରେ ଗିଟାର ବଜାଉଥିବା ଦୃଶ୍ୟ ରହିଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe