ଆନନ୍ଦ ମହିନ୍ଦ୍ରାଙ୍କ ଘୋଷଣା: ମାଙ୍କଡ଼ ଫଟୋର କ୍ୟାପସନ ଦେଇ ଜିତନ୍ତୁ ‘ବ୍ରାଣ୍ଡ ନ୍ୟୁ ମହିନ୍ଦ୍ରା ସ୍କେଲ ମଡେଲ କାର’

ଆନନ୍ଦ ମହିନ୍ଦ୍ରାଙ୍କ ଘୋଷଣା: ମାଙ୍କଡ଼ ଫଟୋର କ୍ୟାପସନ ଦେଇ ଜିତନ୍ତୁ ‘ବ୍ରାଣ୍ଡ ନ୍ୟୁ ମହିନ୍ଦ୍ରା ସ୍କେଲ ମଡେଲ କାର’

ନୂଆଦିଲ୍ଲୀ: ସୋସାଲ ମିଡ଼ିଆରେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସବୁବେଳେ ସକ୍ରିୟ ରହିଥାଆନ୍ତି। ନିକଟରେ ସେ ଟୁଇଟରରେ ଡିଟିଏଚ ଉପରେ ଏକ ମାଙ୍କଡ଼ ବସିଥିବାର ଫଟୋ ସେୟାର କରି ସାମାଜିକ ଗଣମାଧ୍ୟମରେ ବ୍ୟବହାରକାରୀଙ୍କୁ ବ୍ରାଣ୍ଡ ନ୍ୟୁ ମହିନ୍ଦ୍ରାର ସ୍କେଲ ମଡେଲ ଗାଡ଼ି ଜିତିବା ସୁଯୋଗ ଦେଇଥିଲେ।

ତେବେ ଏହି ସୁଯୋଗ ଜିତିବା ପାଇଁ ବ୍ୟବହାକାରୀଙ୍କୁ ବିଶେ‌ଷ କିଛି ପରିଶ୍ରମ କରିବାକୁ ପଡ଼ିବ ନଥିଲା। କେବଳ ଗୋଟିଏ ମାଙ୍କଡ଼ ଫଟୋରେ ଏକ ମଜାଦାର କ୍ୟାପସନ ଦେବାକୁ ହୋଇଥିଲା।

ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ନିକଟରେ ଡିଟିଏଚ ଉପରେ ବସିଥିବାା ଏକ ମାଙ୍କଡ଼ ଫଟୋ ସେୟାର କରି କ୍ୟାପସନ ପ୍ରତିଯୋଗିତା ରଖିଥିଲେ। ହିନ୍ଦୀ ଓ ଇଂରାଜୀରେ ଗୋଟିଏ ଗୋଟିଏ କ୍ୟାପସନ ଚୟନ କରାଯିବ ବୋଲି ସେ କହିଥିଲେ। ଆଉ ବିଜେତାଙ୍କୁ ପୁରସ୍କାରରେ ସ୍କେଲ ମଡେଲ ଗାଡ଼ି ଉପହାର ଦିଆଯିବ।

ତେବେ ଅସଲି ଗାଡ଼ି ନୁହେଁ ମହିନ୍ଦ୍ରାର ସ୍କେଲ ମଡେଲ ଗାଡ଼ି ଦିଆଯିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଥିଲା। ଏହାକୁ ଛୋଟ ଖେଳଣା ଗାଡ଼ି ବୋଲି ଭାବି ପାରିବେ। ଏହାକୁ ନ ଚଳାଇପାରିଲେ ମଧ୍ୟ ଘରେ ସଜାଇ ରଖିପାରିବେ। ଏ ସ୍କେଲ ମଡେଲ ଗାଡ଼ି ଲକ୍ଷେ ଟଙ୍କା ନ ହେଲେ ମଧ୍ୟ କିଛି ହଜାର ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe