ଅନନ୍ତ ଅମ୍ବାନିଙ୍କ ବରଯାତ୍ରୀଙ୍କୁ ୨ କୋଟିର ହାତଘଣ୍ଟା ଉପହାର

ଅନନ୍ତ ଅମ୍ବାନିଙ୍କ ବରଯାତ୍ରୀଙ୍କୁ ୨ କୋଟିର ହାତଘଣ୍ଟା ଉପହାର

ମୁମ୍ବାଇ: ଦେଶର ସବୁଠୁ ଚର୍ଚ୍ଚିତ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତଙ୍କ ବାହାଘରକୁ ନେଇ ଚାରି ଆଡ଼େ ଚର୍ଚ୍ଚା। ଅନନ୍ତଙ୍କ ବାହାଘରରେ ବରଯାତ୍ରୀ ଯାଇଥିବା ଲୋକମାନଙ୍କୁ ୨ କୋଟି ଟଙ୍କାର ହାତଘଣ୍ଟା ଉପହାର ଦିଆଯାଇଛି। ବରଯାତ୍ରୀରେ ବଲିଉଡ୍ ତାରକା ଶାହରୁଖ ଖାନ୍, ରଣବୀର ସିଂହ ଭଳି ବ୍ୟକ୍ତି ଯାଇଥିଲେ। ସେମାନଙ୍କୁ ସ୍ବିସ୍‌ ବ୍ରାଣ୍ଡ ‘ଅଡୋମାସ୍‌ ପିଗେ’ର ହାତଘଣ୍ଟା ଉପହାର ଦିଆଯାଇଥିଲା। ଏହି ଘଣ୍ଟାରେ ୪୧ ଏମ୍ଏମ୍‌ର ୧୮ କ୍ୟାରେଟ୍‌ ଗୋଲାପି ସୁନାର କେସ୍, ସାଫାୟାର୍ କ୍ରିଷ୍ଟାଲ୍‌ ପଛ ପାର୍ଶ୍ବ ରହିଛି। ହାତଘଣ୍ଟା ଦେଖିବାକୁ ବେଶ୍ ରାଜକୀୟ।

ଘଣ୍ଟାରେ ୪୦ ଘଣ୍ଟାର ଶକ୍ତି ସଂରକ୍ଷିତ ହୋଇ ରହୁଥିବା ବେଳେ ଏହା ଜଳ ପ୍ରତିରୋଧୀ ମଧ୍ୟ। ସେଥିରେ ସମୟ ସହିତ ତାରିଖ, ମାସ, ଅଧିବର୍ଷ ଆଦିର ସୂଚନା ମିଳୁଛି। ଗତ ଶୁକ୍ରବାର ଜିଓ ୱାର୍ଲଡ୍ କନ୍‌ଭେନ୍‌ସନ୍ ସେଣ୍ଟରରେ ଅନନ୍ତ ଅମ୍ବାନିଙ୍କ ସହ ବ୍ୟବସାୟୀ ବୀରେନ୍ ମର୍ଚାଣ୍ଟ ଓ ଶୈଲା ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟଙ୍କ ବିବାହ ସମ୍ପନ୍ନ ହୋଇଛି। ରବିବାର ମୁମ୍ବାଇରେ ଅନନ୍ତ-ରାଧିକାଙ୍କ ବିବାହ ଭୋଜି ଉତ୍ସବ ଅନୁଷ୍ଠିତ ହୋଇଛି। ସେଥିରେ ମଧ୍ୟ ସାରା ବିଶ୍ବର ବହୁ ଚର୍ଚ୍ଚିତ ଚେହେରା ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe