Image Courtesy: News Live
ନୂଆଦିଲ୍ଲୀ: ବିଶ୍ବର ତୃତୀୟ ବଡ଼ ଧନୀର ମାନ୍ୟତା ହାସଲ କରିଥିବା ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନି ପୁଣି ଥରେ କିଛି ସମୟ ପାଇଁ ଦ୍ବିତୀୟ ସ୍ଥାନରେ ପହଞ୍ଚିଥିଲେ। ଭାରତରେ ଆଦାନିଙ୍କ କିଛି କଂପାନିର ସେୟାର ମୂଲ୍ୟ ବୃଦ୍ଧି ପାଇବା ପରେ ତାଙ୍କ ସମ୍ପତ୍ତି ୧୫,୩୫୦ କୋଟି ଡଲାରକୁ ବୃଦ୍ଧି ପାଇଥିଲା। ଫଳରେ ସେ ଧନୀ ତାଲିକାରେ ଲୁଇ ଭୁଟନ୍ର ବର୍ନାର୍ଡ ଆର୍ନଲ୍ଟଙ୍କୁ ହଟାଇ ଦ୍ବିତୀୟ ସ୍ଥାନରେ ପହଞ୍ଚିଥିଲେ। କିନ୍ତୁ ସେହି ସ୍ଥାନରେ ସେ ଅଧିକ ସମୟ ରହିପାରିନଥିଲେ। ଆର୍ନଲ୍ଟଙ୍କ ସମ୍ପତ୍ତି ୧୫,୩୮୦ କୋଟି ଡଲାରକୁ ବୃଦ୍ଧି ପାଇବା ପରେ ଆଦାନି ପୁଣି ଥରେ ତୃତୀୟ ସ୍ଥାନକୁ ଖସିଆସିଛନ୍ତି। ଗତ ଶୁକ୍ରବାର ପ୍ରଥମ ଥର ପାଇଁ ଫୋର୍ବସ୍ର ବିଶ୍ବ ଧନୀ ତାଲିକାର ଦ୍ବିତୀୟ ସ୍ଥାନରେ ପହଞ୍ଚିଥିଲେ ଆଦାନି।
Follow Us