ଆନ୍ଧ୍ରର କଦଳୀ ରପ୍ତାନି ୭୫ ଗୁଣ ବୃଦ୍ଧି

Advertisment
ଆନ୍ଧ୍ରର କଦଳୀ ରପ୍ତାନି ୭୫ ଗୁଣ ବୃଦ୍ଧି

PHOTO-BetterIndia

ବିଜୟନଗର: କଦଳୀ ଉତ୍ପାଦନ କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶର ବିଶେଷ ଖ୍ୟାତି ରହିଛି। ଏହି ରାଜ୍ୟ ବହୁ ପରିମାଣର କଦଳୀ ଉତ୍ପାଦନ କରି ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶକୁ ରପ୍ତାନି କରିଥାଏ। ତେବେ ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶର କଦଳୀ ରପ୍ତାନି ବହୁମାତ୍ରାରେ ବୃଦ୍ଧି ଘଟିଛି। ୨ ବର୍ଷ ମଧ୍ୟରେ ଏହି ରାଜ୍ୟର କଦଳୀ ରପ୍ତାନି ୭୫ ଗୁଣ ବୃଦ୍ଧି ପାଇଛି। ୨୦୧୬-୧୭ରେ ଆନ୍ଧ୍ର ପ୍ରଦେଶ ୨୪୬ ଟନ୍ କଦଳୀ ରପ୍ତାନି କରିଥିବାବେଳେ ୨୦୧୮-୧୯ରେ ଏହା ୧୮,୫୦୦ ଟନକୁ ବୃଦ୍ଧି ପାଇଛି ଏବଂ ଚଳିତ ଆର୍ଥିକବର୍ଷରେ ଏହା ୩୫ ହଜାର ଟନରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏଠାରୁ ମଧ୍ୟ ପ୍ରାଚ୍ୟକୁ ନିୟମିତ ଭାବେ କଦଳୀ ରପ୍ତାନି ହୋଇଥାଏ। ତେବେ ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ୍‌, ଇଜିପ୍ଟ, ସାଉଦି ଆରବ, କତାର ଏବଂ ଇରାନକୁ ରପ୍ତାନି ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe