Business Today
ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ତଥା ବେଦାନ୍ତ ରିସୋର୍ସେସ୍ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ନିଜ ଉଦ୍ୟୋଗୀ ହେବା ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି। ଜୀବନରେ ପ୍ରଥମ କମ୍ପାନି କିଣିବା ପାଇଁ ସେ ୧୬ ଲକ୍ଷ ଟଙ୍କା ଋଣ କରିଥିଲେ। ସେହି ସମୟରେ ତାଙ୍କ ନିକଟରେ କମ୍ପାନି କିଣିବାର କୌଣସି ଅଭିଜ୍ଞତା ନଥିଲା। ଏହା ସତ୍ତ୍ବେ ସେ ଆଗକୁ ବଢ଼ିଥିଲେ। ଦେବାଳିଆ ହୋଇପଡ଼ିଥିବା ସମ୍ସେର ଷ୍ଟର୍ଲିଂ କେବୁଲ କମ୍ପାନିକୁ ସେ କିଣିବା ପାଇଁ ସେ ସ୍ବପ୍ନ ଦେଖିଥିଲେ। ସେଥିପାଇଁ ୧୬ ଲକ୍ଷ ଟଙ୍କାର ଡାଉନପେମେଣ୍ଟ ଦେବାର ଥିଲା। କିଭଳି ସେହି ବିପୁଳ ଅର୍ଥ ସଂଗ୍ରହ କରିବେ ସେ ନେଇ ଅନେକ ରାତି ଅନିଦ୍ରାରେ କଟାଇଥିଲେ। ସେ ନିଜସ୍ବ ସୂତ୍ରରୁ ୬ ଲକ୍ଷ ଟଙ୍କା ଓ ସମ୍ପର୍କୀୟଙ୍କ ଠାରୁ ୫ ଲକ୍ଷ ଟଙ୍କା ଯୋଗାଡ଼ କରିବା ପରେ ଅବଶିଷ୍ଟ ୫ ଲକ୍ଷ ଟଙ୍କା ରସିକ ଭାଇ ନାମକ ଜଣେ ମେଟାଲ ବ୍ରୋକରଙ୍କ ଠାରୁ ଆଣିଥିଲେ। ୧୯୭୬ ମେ’ରେ ସେହି କଂପାନିକୁ କିଣିବା ପରେ ତାଙ୍କ ଆଖିରେ ଆନନ୍ଦାଶ୍ରୁ ଆସିଯାଇଥିଲା। ସେହି ଦିନଟି ତାଙ୍କ ଜୀବନର ସବୁଠୁ ଖୁସିର ଦିନ ଥିଲା ବୋଲି ସେ ଜଣାଇଛନ୍ତି। ଆଜିର ଦିନରେ ଅନିଲ ହେଉଛନ୍ତି ୩୫ ହଜାର କୋଟି ଟଙ୍କାର ମାଲିକ।
Follow Us