ସବୁ କିଛି ହରାଇପାରନ୍ତି ଅନିଲ, ସାରା ବିଶ୍ବରେ ଥିବା ସମ୍ପତ୍ତି ଉପରେ କୋର୍ଟଙ୍କ ନଜର

Advertisment
ଅନିଲଙ୍କୁ ୩ ମାସ ପୁଞ୍ଜି ବଜାର ମନା, କଟକଣା ଲଗାଇଲା ସେବି

image source--livemint

ଲଣ୍ଡନ: ଧୀରୁଭାଇ ଅମ୍ବାନିଙ୍କ ସାନ ପୁଅ ତଥା ଭାରତର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନିଙ୍କ ସାନ ଭାଇ ଅନିଲ ଅମ୍ବାନିଙ୍କ ହାତରୁ ସବୁ ସମ୍ପତ୍ତି ଚାଲିଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଚୀନ୍‌ର ତିନି ସରକାରୀ ବ୍ୟାଙ୍କକୁ ଅନିଲ ୫୨୭୬ କୋଟି ଟଙ୍କା ଦେବା ବାକି ଅଛି। ନିଜର ବନ୍ଦ ହୋଇଯାଇଥିବା ଟେଲିକମ୍ କଂପାନି ରିଲାଏନ୍ସ କମ୍ୟୁନିକେସନ ପାଇଁ ସେ ସେହି ଋଣ ଆଣିଥିଲେ। ସେହି ଋଣ ପାଇଁ ସେ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। ତାହା ତାଙ୍କ ପାଇଁ ଏବେ କାଳ ସାଜିଛି। ଲଣ୍ଡନ ହାଇକୋର୍ଟରେ ତାଙ୍କ ବିରୋଧରେ ମାମଲାର ଶୁଣାଣି ଚାଲିଛି। ସାରା ବିଶ୍ବରେ ଥିବା ତାଙ୍କ ସମସ୍ତ ସମ୍ପତ୍ତି ଜବତ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି।

ଅନିଲ ଋଣ ଆଣିଥିବା ଚୀନ୍‌ର ତିନି ସରକାରୀ ବ୍ୟାଙ୍କ ହେଉଛି କମର୍ସିଆଲ୍ ବ୍ୟାଙ୍କ ଅଫ୍‌ ଚୀନ୍, ଏକ୍ସପୋର୍ଟ ଆଣ୍ଡ୍‌ ଇମ୍ପୋର୍ଟ ବ୍ୟାଙ୍କ ଅଫ୍‌ ଚୀନ୍ ଓ ଚୀନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ। ଏହି ବ୍ୟାଙ୍କଗୁଡ଼ିକୁ ୬୨୭୬ କୋଟି ଟଙ୍କା ଶୁଝିବା ଓ ୮ କୋଟି ଟଙ୍କାର ଆଇନଗତ ପାଣ୍ଠି ପ୍ରଦାନ କରିବା ଲାଗି ଅନିଲଙ୍କୁ ବ୍ରିଟେନ୍‌ର ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ମାମଲାରେ କୋର୍ଟ ଅନିଲଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେରା କରିଛନ୍ତି। ଯେହେତୁ ଭାରତରେ ଅନିଲଙ୍କ ବିରୋଧରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଇନ୍‌ସଲ୍‌ଭେନ୍ସିଂ ମାମଲା ଦାୟର କରିଛି, ତେଣୁ ଭାରତରେ ଥିବା ତାଙ୍କ ସମ୍ପତ୍ତି ଉପରେ ଚୀନ୍‌ର ତିନି ବ୍ୟାଙ୍କ ନଜର ପକାଉନାହାନ୍ତି। ସେମ‌ାନେ ବିଶ୍ବର ଅନ୍ୟ ପ୍ରାନ୍ତରେ ଥିବା ଅନିଲଙ୍କ ସମ୍ପତ୍ତି ଜରିଆରେ ନିଜର ପ୍ରାପ୍ୟ ପାଇବାକୁ ଚାହୁଛନ୍ତି। ସାରା ବିଶ୍ବରେ ୭୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଯେତେ ସମ୍ପତ୍ତି ରହିଛି ତାହାର ତାଲିକା ଦେବା ଲାଗି ଅନିଲଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ବିଦେଶରେ ଥିବା ସମସ୍ତ ପ୍ରକାର ସମ୍ପତ୍ତି, ବ୍ୟବସାୟ, ବ୍ୟାଙ୍କ ବାଲାନ୍ସ, ସେୟାର ସାର୍ଟିଫିକେଟ୍ ଆଦିର ବିବରଣୀ ଦେବାକୁ ଅନିଲଙ୍କୁ କୁହାଯାଇଛି।

ଗତ ଶୁକ୍ରବାର ବ୍ରିଟେନ୍ ହାଇକୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ଅନିଲ ହାଜର ହୋଇଥିଲେ। ମୁଁ ବିଳାସପୂର୍ଣ୍ଣ ଜୀବନଯାପନ କରେ ନାହିଁ। ମୋ ଜୀବନ ଅତ୍ୟନ୍ତ ସରଳ। ଓକିଲଙ୍କ ଟଙ୍କା ଦେବା ଲାଗି ମୋର ସବୁ ଗହଣା ବିକ୍ରି କରିସାରିଛି। ମୋ ପାଖରେ ମାତ୍ର ଗୋଟିଏ କାର୍‌ ଅଛି ବୋଲି ଅନିଲ କୋର୍ଟଙ୍କୁ କହିଥିଲେ। ଚୀନ୍‌ର ତିନି ବ୍ୟାଙ୍କ ଠାରୁ ଅନିଲ ୬୮୧୭ କୋଟି ଟଙ୍କାର ଋଣ ଆଣିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର କିଛି ଅଂଶ ଶୁଝିବା ପରେ ଖିଲାପ ଆରମ୍ଭ ହୋଇଥିଲା। ଯେହେତୁ ଏହି ଋଣ ପାଇଁ ଅନିଲ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ, ସେଥିପାଇଁ କୋର୍ଟ ତାଙ୍କ ପଛରେ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe