ଦୃଢ଼ ପ୍ରତ୍ୟାବର୍ତ୍ତନ ପଥରେ ଅନୀଲ: ୬୦୦୦ କୋଟି ସଂଗ୍ରହ କରିବେ

Advertisment

ଲୋକଲୋଚନରୁ ଦୂରେଇ ଯାଇଥିବା ଶିଳ୍ପପତି ଅନୀଲ ଅମ୍ବାନି ଦୃଢ଼ ପ୍ରତ୍ୟାବର୍ତ୍ତନ ପଥରେ ଆଗକୁ ବଢ଼ିଛନ୍ତି। ନିଜର ଅନେକ ପୁରୁଣା କମ୍ପାନିକୁ ହରାଇବା ପରେ ପୁଣି ଥରେ ହଜିଯାଇଥିବା ଗୌରବ ଫେରିପାଇବା ଲାଗି ସେ ଜୋରଦାର ଉଦ୍ୟମ କରୁଛନ୍ତି।

ଲୋକଲୋଚନରୁ ଦୂରେଇ ଯାଇଥିବା ଶିଳ୍ପପତି ଅନୀଲ ଅମ୍ବାନି ଦୃଢ଼ ପ୍ରତ୍ୟାବର୍ତ୍ତନ ପଥରେ ଆଗକୁ ବଢ଼ିଛନ୍ତି। ନିଜର ଅନେକ ପୁରୁଣା କମ୍ପାନିକୁ ହରାଇବା ପରେ ପୁଣି ଥରେ ହଜିଯାଇଥିବା ଗୌରବ ଫେରିପାଇବା ଲାଗି ସେ ଜୋରଦାର ଉଦ୍ୟମ କରୁଛନ୍ତି।

anil

ମୁମ୍ବାଇ: ଲୋକଲୋଚନରୁ ଦୂରେଇ ଯାଇଥିବା ଶିଳ୍ପପତି ଅନୀଲ ଅମ୍ବାନି ଦୃଢ଼ ପ୍ରତ୍ୟାବର୍ତ୍ତନ ପଥରେ ଆଗକୁ ବଢ଼ିଛନ୍ତି। ନିଜର ଅନେକ ପୁରୁଣା କମ୍ପାନିକୁ ହରାଇବା ପରେ ପୁଣି ଥରେ ହଜିଯାଇଥିବା ଗୌରବ ଫେରିପାଇବା ଲାଗି ସେ ଜୋରଦାର ଉଦ୍ୟମ କରୁଛନ୍ତି। ତାଙ୍କ କମ୍ପାନି ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍‌ଚର୍‌ ୬୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯାଉଛି। ସେହି ପ୍ରସ୍ତାବ ସପକ୍ଷରେ କମ୍ପାନିର ୯୮ ପ୍ରତିଶତରୁ ଅଧିକ ଅଂଶଧନକାରୀ ମତଦାନ କରିଛନ୍ତି ଯାହା ଅନୀଲଙ୍କ ନେତୃତ୍ବ ଉପରେ ସେମାନଙ୍କ ଭରସାକୁ ପ୍ରତିଫଳିତ କରୁଛି।

ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର୍‌ର ବୋର୍ଡ ମଞ୍ଜୁର କରିଥିବା ଯୋଜନା ଅନୁସାରେ ସେୟାର ଆବଣ୍ଟନ ଜରିଆରେ ୩୦୧୪ କୋଟି ଟଙ୍କା ଏବଂ ଯୋଗ୍ୟ ସଂସ୍ଥାଗତ ପ୍ଲେସ୍‌ମେଣ୍ଟ ଜରିଆରେ ୩୦୦୦ କୋଟି ଟଙ୍କା ସଂଗ୍ରହ କରାଯିବ। କମ୍ପାନି ପ୍ରଥମ ପର୍ଯ୍ୟାୟରେ ଏହାର ୧୨.୫୬ ପ୍ରତିଶତ ଅଂଶଧନକୁ ବିକ୍ରି କରି ୩୦୧୪ କୋଟି ଟଙ୍କା ଯୋଗାଡ଼ କରିବ। ସେୟାର ପିଛା ୨୪୦ ଟଙ୍କାରେ କମ୍ପାନି ଏହି ପାଣ୍ଠି ସଂଗ୍ରହ କରିବ। ଏଥିରେ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍‌ଚର୍‌ର ପ୍ରତିଷ୍ଠାତା ୧୧୦୪ କୋଟି ଟଙ୍କା ନିବେଶ କରିବେ। ରାଇଜ୍ ଇନ୍‌ଫିନିଟି ପ୍ରାଇଭେଟ୍ ଲିମିଟେଡ୍‌ ଜରିଆରେ ଏହା ୪.୬୦ କୋଟି ସେୟାର ହାସଲ କରିବ। ଏହା ବ୍ୟତୀତ ମୁମ୍ବାଇର ସଂସ୍ଥା ଫର୍ଚୁନ୍ ଫାଇନାନ୍ସିଆଲ ଆଣ୍ଡ ଇକ୍ବିଟିଜ୍ ସର୍ଭିସେସ୍‌ ଓ ଫ୍ଲୋରିନ୍‌ଟ୍ରି ଇନୋଭେସନ୍ସ ଏଲ୍ଏଲ୍‌ପି ମଧ୍ୟ ନିବେଶ କରିବେ। ଫର୍ଚୁନ୍ ଫାଇନାନ୍ସିଆଲ୍ ୧୦୫୮ କୋଟି ଟଙ୍କା ଏବଂ ଫ୍ଲୋରିନ୍‌ଟ୍ରି ଇନୋଭେସନ୍ସ ୮୫୨ କୋଟି ଟଙ୍କା ନିବେଶ କରିବେ। ଏହି ପାଣ୍ଠି ସଂଗ୍ରହ ହେବା ପରେ ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକଚର୍‌ର ମୂଲ୍ୟ ୯୦୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୨,୦୦୦ କୋଟି ଟଙ୍କା ହେବ। କମ୍ପାନିର ଋଣ ସମ୍ପୂର୍ଣ୍ଣ ଶୂନ ହୋଇଯିବ। ସଂଗୃହୀତ ପାଣ୍ଠିକୁ କମ୍ପାନି ବ୍ୟବସାୟ ସମ୍ପ୍ରସାରଣ କରିବାରେ ବ୍ୟବହାର କରିବ ଯାହା ଏହାକୁ ଏକ ଅଗ୍ରଣୀ ଭିତ୍ତିଭୂମି କମ୍ପାନିରେ ପରିଣତ କରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe