ଅନିଲଙ୍କ ବଡ଼ କମ୍ପାନିର ବିକ୍ରି ପ୍ରକ୍ରିୟା ଆରମ୍ଭ

Advertisment
ଅନିଲଙ୍କ ବଡ଼ କମ୍ପାନିର ବିକ୍ରି ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ: ଋଣରେ ବୁଡ଼ି ରହିଥିବା ଅନିଲ ଅମ୍ବାନିଙ୍କ ରିଲାଏନ୍ସ କ୍ୟାପିଟାଲର ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଥିପାଇଁ ନିଯୁକ୍ତ ପ୍ରଶାସକଙ୍କ ପକ୍ଷରୁ ଆଗ୍ରହ ପତ୍ର (ଇଓଆଇ) ଆହ୍ବାନ କରାଯାଇଛି। ଉକ୍ତ ଆଗ୍ରହ ପତ୍ର ଦ୍ବାରା ରିଲାଏନ୍ସ କ୍ୟାପିଟାଲକୁ କିଣିବା ପାଇଁ କେଉଁ କମ୍ପାନି କେତେ ଅର୍ଥ ଦେବାକୁ ରାଜି ଅଛନ୍ତି ତାହା ଜଣାପଡ଼ିବ। ରିଲାଏନ୍ସ କ୍ୟାପିଟାଲ ଅନୁଯାୟୀ, ଇଓଆଇ ଜମା କରିବାର ଶେଷ ତାରିଖ ମାର୍ଚ୍ଚ ୧୧ ଏବଂ ସମାଧାନ ଯୋଜନା ପ୍ରସ୍ତୁତ କରିବାର ଶେଷ ତାରିଖ ଏପ୍ରିଲ ୨୦ ରହିଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ନଭେମ୍ବର ୨୯ ତାରିଖରେ ରିଜର୍ଭ ବ୍ୟାଙ୍କ ରିଲାଏନ୍ସ କ୍ୟାପିଟାଲ ଲିମିଟେଡର ନିର୍ଦ୍ଦେଶକ ମଣ୍ଡଳୀଙ୍କୁ ଭଙ୍ଗ କରିଥିଲା। ନାଗେଶ୍ବର ରାଓଙ୍କୁ କମ୍ପାନିର ପ୍ରଶାସକ ନିଯୁକ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe