ଅନୀଲଙ୍କ ବଡ଼ ପୁଅ ବାହାଘର

ଅନୀଲଙ୍କ ବଡ଼ ପୁଅ ବାହାଘର

Free Press Journal

ମୁମ୍ବାଇ: ଦେବାଳିଆ ହୋଇଯାଇଥିବା ଶିଳ୍ପପତି ତଥା ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ଭାଇ ଅନୀଲ ଅମ୍ବାନିଙ୍କ ବଡ଼ ପୁଅ ଅନ୍‌ମୋଲଙ୍କ ବାହାଘର ଶେଷ ହୋଇଛି। ମହିଳା ଉଦ୍ୟୋଗୀ କ୍ରିସା ଶାହଙ୍କୁ ବିବାହ କରିଛନ୍ତି ଅନ୍‌ମୋଲ୍ ଅମ୍ବାନି। ଗତବର୍ଷ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଅନ୍‌ମୋଲ୍‌ ଏବେ ରିଲାଏନ୍ସ କ୍ୟାପିଟାଲ୍‌ର ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ କ୍ରିସା ହେଉଛନ୍ତି ଡାଇସ୍କୋ ନାମକ ସୋସିଆଲ୍ ନେଟ୍‌ୱର୍କିଂ ସାଇଟ୍‌ର ସହ ପ୍ରତିଷ୍ଠାତ୍ରୀ ଓ ସିଇଓ। ତାଙ୍କ ବାହାଘରରେ ଦେଶର ବହୁ ବିଶିଷ୍ଟ ‌ସେଲିବ୍ରିଟି, ରାଜନେତା, ଫେସନ୍ ଡିଜାଇନ୍ ଓ ଉଦ୍ୟୋଗୀ ଯୋଗ ଦେଇଥିଲେ। ବାହାଘରରେ ମୁକେଶଙ୍କ ପତ୍ନୀ ନୀତା ଅମ୍ବାନି ଓ ତାଙ୍କ ପୁଅ, ଝିଅ ଓ ବୋହୂଙ୍କୁ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe