ଚର୍ଚ୍ଚାରେ ଗୁଜରାଟର ଚାଷୀ ପରିବାର : ବର୍ଷକୁ ବିକୁଛନ୍ତି ୨୫ କୋଟି ଟଙ୍କାର ଆଳୁ

Advertisment
ଚର୍ଚ୍ଚାରେ ଗୁଜରାଟର ଚାଷୀ ପରିବାର : ବର୍ଷକୁ ବିକୁଛନ୍ତି ୨୫ କୋଟି ଟଙ୍କାର ଆଳୁ

Tupaki

ଅହମ୍ମଦାବାଦ: ଗୁଜରାଟର ଏକ ଚାଷୀ ପରିବାର ବର୍ଷକୁ ୨୫ କୋଟି ଟଙ୍କାର ଆଳୁ ବିକ୍ରି କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ରାଜ୍ୟର ଆରଭାଲ୍ଲି ଜିଲ୍ଲାର ଦୋଲପୁର କାମ୍ପା ଗ୍ରାମରେ ରହୁଥିବା ଏହି ପରିବାରରେ ୧୦ ଜଣ ସଦସ୍ୟ ଚାଷ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ସେମାନେ ଏକ ସ୍ବତନ୍ତ୍ର ପ୍ରକାରର ଆଳୁ ଚାଷ କରୁଛନ୍ତି। ବର୍ଷକୁ ପ୍ରାୟ ୨୦ ହଜାର ଟନ୍‌ର ଆଳୁ ଉତ୍ପାଦନ କରି ତାହାକୁ ୨୫ କୋଟି ଟଙ୍କାରେ ବିକ୍ରି କରୁଛନ୍ତି।

ଏହି ପରିବାରର ସଦସ୍ୟ ଜିତେଶ ପଟେଲ୍‌ କୃଷି ବିଜ୍ଞାନ‌ରେ ନିଜର ପାଠପଢ଼ା ଶେଷ କରିବା ପରେ ଲେଡି ରୋସେଟା (ଏଲ୍‌ଆର୍‌) ପ୍ରକାରର ଆଳୁ ଉତ୍ପାଦନ ଆରମ୍ଭ କରିଥିଲେ। ଆଳୁ ଚିପ୍‌ସ ଓ ୱାଫର୍ ତିଆରି କରିବାରେ ଏହି ପ୍ରକାର ଆଳୁକୁ ବହୁଳ ଭାବେ ବ୍ୟବହାର କରାଯାଇଥାଏ। ବାଲାଜୀ ଓ ଆଇଟିସି ଭଳି ବଡ଼ ବଡ଼ କଂପାନିକୁ ଏହି ପରିବାର ଲେଡି ରୋସେଟା ଆଳୁ ପଠାଉଛି। ଏହି ଆଳୁର କିଲୋ ପିଛା ହାରାହାରି ଦାମ୍ ୧୭ ଟଙ୍କା ରହିଛି। ପଟେଲ୍‌ଙ୍କ ପରିବାର ଗତ ୨୬ ବର୍ଷ ହେଲାଣି ଆଳୁ ଉତ୍ପାଦନ କରୁଛନ୍ତି। ୨୦୦୭ରେ ସେମାନେ ୧୦ ଏକର ଜମିରେ ଏଲ୍‌ଆର୍‌ ପ୍ରକାରର ଆଳୁ ଉତ୍ପାଦନ ଆରମ୍ଭ କରିଥିଲେ। ଫସଲ ଅମଳ ଭଲ ରହିବାରୁ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ସେଥିରେ ସାମିଲ କରାଯାଇଥିଲା।

ବର୍ତ୍ତମାନ ପଟେଲ୍‌ ପରିବାର ୧୦୦୦ ଏକର ଜମିରେ ଏହି ଆଳୁ ଚାଷ କରୁଛନ୍ତି। ଆଳୁ ଚିପ୍‌ସ ବଜାର ଉପରେ ନଜର ରଖିଥିବା ଜଣେ ବିଶେଷଜ୍ଞ କହିଛନ୍ତି, ଆଗାମୀ ଦିନରେ ଏଲ୍‌ଆର୍‌ ପ୍ରକାରର ଆଳୁ ଚାହିଦା ଆହୁରି ବଢ଼ିବ। ୨୦୧୯ରେ ଗୁଜରାଟରୁ ଏକ ଲକ୍ଷ ଟନ୍‌ର ଏଲ୍‌ଆର୍‌ ପ୍ରକାର ଆଳୁ ଇଣ୍ଡୋନେସିଆ, କୁଏତ, ଓମାନ ଓ ସାଉଦି ଆରବକୁ ରପ୍ତାନି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe