ବିଶ୍ବସ୍ତରୀୟ କମ୍ପାନି ସିଇଓ ପଦରେ ଆଉ ଜଣେ ଭାରତୀୟ

ବିଶ୍ବସ୍ତରୀୟ କମ୍ପାନିର ସିଇଓ ପଦରେ ରହିଥିବା ଭାରତୀୟଙ୍କ ତାଲିକା‌ ଲମ୍ବା ହେବାରେ ଲାଗିଛି। ସେହି ତାଲିକାରେ ଆଉ ଜଣେ ଭାରତୀୟଙ୍କ ନାମ ଯୋଡ଼ିହୋଇଛି। ‌ସେ ହେଉଛନ୍ତି ଶ୍ରୀନିବାସନ ଗୋପାଳନ।

fshhfhhfh

ନୂଆଦିଲ୍ଲୀ: ବିଶ୍ବସ୍ତରୀୟ କମ୍ପାନିର ସିଇଓ ପଦରେ ରହିଥିବା ଭାରତୀୟଙ୍କ ତାଲିକା‌ ଲମ୍ବା ହେବାରେ ଲାଗିଛି। ସେହି ତାଲିକାରେ ଆଉ ଜଣେ ଭାରତୀୟଙ୍କ ନାମ ଯୋଡ଼ିହୋଇଛି। ‌ସେ ହେଉଛନ୍ତି ଶ୍ରୀନିବାସନ ଗୋପାଳନ। ଆଇଆଇଏମ୍ ଅହମଦାବାଦରେ ପାଠପଢ଼ିଥିବା ଗୋପାଳନଙ୍କୁ ଆମେରିକାର ଟି-‌ମୋବାଇଲ୍‌ର ସିଇଓ ଭାବେ ନିଯୁକ୍ତି ମିଳିଛି।

ଆମେରିକାରେ ଭେରିଜନ, ଏଟିଆଣ୍ଡ୍‌ଟି ଓ ଟି-ମୋବାଇଲ୍‌ର ଆଧିପତ୍ୟ ରହିଛି। ଗୋପାଳନ ଏବେ କମ୍ପାନିର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ଭାରତୀ ଏୟାରଟେଲ୍‌, କ୍ୟାପିଟାଲ୍ ୱାନ୍, ଭୋଡାଫୋନ୍ ଓ ଜର୍ମାନୀର ଡ୍ୟୁସ୍‌ ଟେଲିକମ୍‌ରେ କାମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe