The Hindu
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଜିଏସ୍ଟି କ୍ଷତିପୂରଣର ନବମ କିସ୍ତି ଜାରି କରାଯାଇଛି। ଏଥର ଓଡ଼ିଶାକୁ ୨୦୮.୦୮ କୋଟି ଟଙ୍କା ମିଳିଛି। ନଅ ଥରରେ ରାଜ୍ୟକୁ ସମୁଦାୟ ୨୧୬୨.୨୯ କୋଟି ଟଙ୍କା ମିଳିଛି। ଏହା ପୂର୍ବରୁ ଅଷ୍ଟମ କିସ୍ତିରେ ମଧ୍ୟ ରାଜ୍ୟକୁ ୨୦୮.୦୮କୋଟି ଟଙ୍କା ମିଳିଥିଲା। କେନ୍ଦ୍ର ସରକାର ନଅଟି କିସ୍ତିରେ ରାଜ୍ୟଗୁଡ଼ିକୁ ମୋଟ ୫୪ ହଜାର କୋଟି ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି। ପ୍ରତି କିସ୍ତିରେ ୬୦୦୦ ଟଙ୍କା ଲେଖାଏଁ ଦିଆଯାଉଛି। ଯେଉଁ ରାଜ୍ୟଗୁଡ଼ିକ ଋଣ ଜରିଆରେ ୧୧.୦ ଲକ୍ଷ କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ରାଶି ବିକଳ୍ପକୁ ଚୟନ କରିଛନ୍ତି ସେମାନଙ୍କୁ ମୋଟ ଘରୋଇ ଉତ୍ପାଦର ୦.୫% ଅତିରିକ୍ତ ଋଣ ନେବା ଲାଗି ଅନୁମତି ଦିଆଯାଇଛି। ସେହି ଅନୁସାରେ ଓଡ଼ିଶା ପାଇଁ ୨୮୫୮ କୋଟି ଟଙ୍କା ଋଣ କରିବାର ସୁଯୋଗ ରହିଛି। ଜିଏସ୍ଟି କ୍ଷତିପୂରଣକୁ ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଭିତରେ ମୁଲଚାଲ ଚାଲିଥିବା ବେଳେ ଯେଉଁ ରାଜ୍ୟ ପ୍ରଥମ ପ୍ରସ୍ତାବ (୧.୧୦ ଲକ୍ଷ କୋଟି ଟଙ୍କାର ଋଣ) ଗ୍ରହଣ କରିବେ ସେମାନଙ୍କୁ ଜିଡିପିର ଅତିରିକ୍ତ ୦.୫% ଋଣ କରିବାର ଅନୁମତି ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ।
Follow Us