ଓଟିଟି ପ୍ଲାଟଫର୍ମ ପାଇଁ ତମାଖୁ ନିରୋଧୀ ବାର୍ତ୍ତା ବାଧ୍ୟତାମୂଳକ, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

Advertisment
ଓଟିଟି ପ୍ଲାଟଫର୍ମ ପାଇଁ ତମାଖୁ ନିରୋଧୀ ବାର୍ତ୍ତା ବାଧ୍ୟତାମୂଳକ, ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

India Today

ନୂଆଦିଲ୍ଲୀ : ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍ ଭିଡିଓ ଭଳି ଓଭର-ଦି-ଟପ୍‌ (ଓଟିଟି) ପ୍ଲାଟଫର୍ମ ଲାଗି ତମାଖୁ ନିରୋଧୀ ବାର୍ତ୍ତାକୁ ବାଧ୍ୟତାମୂଳକ କରାଯାଇଛି। ଭାରତ ବିଶ୍ବର ପ୍ରଥମ ଦେଶ ଯାହା ଓଟିଟି ପ୍ଲାଟଫର୍ମ ଲାଗି ଏଭଳି ଏକ ନିୟମ ଆଣିଛି। ସିନେମା ଓ ଟିଭି ଭଳି ଓଟିଟିରେ ପ୍ରସାରଣ ହେଉଥିବା ସୋ’ରେ ଏହି ବାର୍ତ୍ତା ରହିବ। ଯେଉଁ ସଂସ୍ଥା ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଶ୍ବ ତମାଖୁ ବର୍ଜନ ଦିବସରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ଉତ୍ପାଦ ନିୟମ, ୨୦୦୪ରେ ଏନେଇ ଆବଶ୍ୟକ ସଂଶୋଧନର ବିଜ୍ଞପ୍ତି ଜାରି କରାଯାଇଛି। ଓଟିଟି ସୋ’ ଆରମ୍ଭରେ ଏବଂ ମଧ୍ୟ ଭାଗରେ ୩୦ ସେକେଣ୍ଡ୍‌ ପାଇଁ ତମାଖୁ ନିରୋଧୀ ବାର୍ତ୍ତା ଦେବାକୁ ପଡ଼ିବ। ଯେତେବେଳେ ତମାଖୁ ସେବନ ଦୃଶ୍ୟ ଆସିବ ତାହା ତଳେ ଏକ ସ୍ଥିର ବାର୍ତ୍ତା ମଧ୍ୟ ଦେଖାଇବାକୁ ପଡ଼ିବ। ସୋ’ କିମ୍ବା ସିରିଜ୍ ଆରମ୍ଭ ହେବା ବେଳେ ଏବଂ ମଧ୍ୟ ଭାଗରେ ୨୦ ସେକେଣ୍ଡ୍‌ ପାଇଁ ତମାଖୁର ଖରାପ ଦିଗ ସମ୍ପର୍କିତ ଅଡିଓ-ଭିଡିଓ ବାର୍ତ୍ତା ବଜାଇବାକୁ ପଡ଼ିବ। ‘ତମାଖୁ କ୍ୟାନସରର କାରଣ’ ଓ ‘ତମାଖୁ ମତ୍ୟୁ ଆଣିଥାଏ’ ବାର୍ତ୍ତା ଦେବା ଲାଗି ଓଟିଟି ପ୍ଲାଟଫର୍ମଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe