୯ ବର୍ଷୀୟ‌ା ଭାରତୀୟ ବାଳିକାଙ୍କୁ ଆପଲ୍‌ ସିଇଓଙ୍କ ପ୍ରଶଂସା

Advertisment
୯ ବର୍ଷୀୟ‌ା ଭାରତୀୟ ବାଳିକାଙ୍କୁ ଆପଲ୍‌ ସିଇଓଙ୍କ ପ୍ରଶଂସା

Gulf News

ନୂଆଦିଲ୍ଲୀ: ଦୁବାଇରେ ରହୁଥିବା ୯ ବର୍ଷୀୟ ଭାରତୀୟ ବାଳିକା ହାନା ମହମ୍ମଦ ରଫିକ୍‌ଙ୍କୁ ଆଇଫୋନ୍‌ ନିର୍ମାତା ଆପଲ୍‌ର ସିଇଓ ଟିମ୍‌ କୁକ୍ ପ୍ରଶଂସା କରିଛନ୍ତି। ଆପଲ୍‌ ପାଇଁ ଆପ୍ ବିକାଶ କରିବାରେ ହାନା ହେଉଛନ୍ତି ସର୍ବକନିଷ୍ଠ। ଏକଥା କୁକ୍ ନିଜେ ଇ-ମେଲ୍‌ କରି ହାନାଙ୍କୁ ଜଣାଇଛନ୍ତି। ହାନା ନିଦରେ ଶୋଇଥିବା ବେଳେ ସେହି ଇ-ମେଲ୍ ଆସିଥିଲା। ତାହାକୁ ପ୍ରଥମେ ତାଙ୍କ ବାପା ମହମ୍ମଦ ରଫିକ୍ ପଢ଼ିଥିଲେ। ସେ ହାନାଙ୍କୁ ନିଦରୁ ଉଠାଇ ସେହି ଖବର ଦେଇଥିଲେ। ଛୋଟ ପିଲାମାନଙ୍କୁ କାହାଣୀ ଶୁଣାଇବା ଲାଗି ସେ ଏକ ଆପ୍ ବିକାଶ କରିଛନ୍ତି ଯାହା ଆଇଓଏସ୍‌ରେ ଡାଉନ୍‌ଲୋଡ୍ ପାଇଁ ଉପଲବ୍ଧ ରହିଛି। ପିଲାମାନଙ୍କୁ କାହାଣୀ ଶୁଣାଇବା ଲାଗି ସମୟ ପାଉନଥିବା ପିତାମାତାମାନେ ଏହି ଆପ୍ ଜରିଆରେ କାହାଣୀକୁ ରେକର୍ଡିଂ କରିବାର ସୁବିଧା ରହିଛି। ମାତ୍ର ୮ ବର୍ଷ ବୟସରେ ସେ ସେହି ଆପ୍ ବିକାଶ କରିଥିଲେ। ସବୁଠୁ ବଡ଼ କଥା ହେଉଛି ହାନାଙ୍କ ବଡ଼ ଭଉଣୀ ଯାହାଙ୍କ ବୟସ ମାତ୍ର ୧୦ ବର୍ଷ ‌ତାଙ୍କଠାରୁ ସେ କୋଡିଂ ଶିଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe