ଆପଲ୍ ବିଶ୍ବର ସବୁଠୁ ମୂଲ୍ୟବାନ କମ୍ପାନି

ସେକେଣ୍ଡକୁ ଦେଢ ଲକ୍ଷ ଟଙ୍କା ଲାଭ କରୁଛି ଆପଲ

HT

ନୂଆଦିଲ୍ଲୀ: ଷ୍ଟକ୍ ବଜାରରେ ତାଲିକାଭୁକ୍ତ ବିଶ୍ବର ପ୍ରମୁଖ କମ୍ପାନି ଗୁଡ଼ିକ ମଧ୍ୟରେ ଆମେରିକୀୟ କମ୍ପାନି ଆପଲ୍‌ର ମୂଲ୍ୟ ସବୁଠୁ ଅଧିକ ରହିଛି। ଗତ ଶୁକ୍ରବାର ଏହି କମ୍ପାନିର ସେୟାର ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ଘଟିଛି। ଫଳରେ ଏହାର ପ୍ରତି ସେୟାର ମୂଲ୍ୟ ୪୨୫.୦୪ ଡଲାର ଛୁଇଁଛି। ଏଥିଯୋଗୁଁ ଆପଲ୍‌ର ମୋଟ ବଜାରପୁଞ୍ଜି ୧.୮୨ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ପୂର୍ବରୁ ତେଲ କମ୍ପାନି ସାଉଦି ଆରାମ୍‌କୋର ବଜାରପୁଞ୍ଜି ସର୍ବାଧିକ ରହିଥିଲା। ଗତବର୍ଷ ଏହି କମ୍ପାନି ଷ୍ଟକ ମାର୍କେଟରେ ତାଲିକାଭୁକ୍ତ ହେବା ପରେ ଏହାର ବଜାରପୁଞ୍ଜି ଏବେ ୧.୭୬ ଲକ୍ଷ କୋଟି ଡଲାର ରହିଛି। ଫଳରେ ଏବେ ସାଉଦି ଆରାମକୋକୁ ଆପଲ୍ ଟପିଯାଇ ବିଶ୍ବର ସବୁଠୁ ମୂଲ୍ୟବାନ କମ୍ପାନିରେ ପରିଣତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe