ନିଲାମ ହେବାକୁ ଯାଉଛି ଆପଲର ଜୋତା, ନିଜ କର୍ମଚାରୀଙ୍କ ପାଇଁ ତିଆରି କରିଥିଲା କମ୍ପାନୀ

ନିଲାମ ହେବାକୁ ଯାଉଛି ଆପଲର ଜୋତା, ନିଜ କର୍ମଚାରୀଙ୍କ ପାଇଁ ତିଆରି କରିଥିଲା କମ୍ପାନୀ

ନ୍ୟୁୟର୍କ: ନିଲାମ ହେବାକୁ ଯାଉଛି ଆପଲର ଜୋତା | କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ଆପଣଙ୍କ ମନରେ ପ୍ରଶ୍ନ ଆସୁଛି କି ମୋବାଇଲ, ଲାପଟପ, ଟାବଲେଟ ନିର୍ମାଣ କରୁଥିବା ଏହି କମ୍ପାନୀ କେବେ ଜୋତା ତିଆରି କଲା | ତେବେ ଜମା ବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ | ଦୁନିଆର ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଆପଲ୍ ୧୯୯୦ ଦଶକରେ ନିଜ କର୍ମଚାରୀଙ୍କ ପାଇଁ ଜୋତା ତିଆରି କରିଥିଲା। ଆଉ ଏହି ଜୋତାକୁ ଏବେ ପ୍ରାୟ ୪୧ ଲକ୍ଷ ଟଙ୍କାରେ ନିଲାମ କରାଯାଉଛି।

ମିଳିଥିବା ସୂଚନା ମୁତାବକ ଆପଲ୍ ଜୋତାର ପ୍ରାରମ୍ଭିକ ନିଲାମ ମୂଲ୍ୟ ପ୍ରାୟ ୪୧ ଲକ୍ଷ ଟଙ୍କା ରଖାଯାଇଛି। ଖବର ଅନୁଯାୟୀ, ୯୦ ଦଶକ ମଧ୍ୟଭାଗରେ ଆପଲ ପକ୍ଷରୁ ଏହି ଜୋତା ତିଆରି କରାଯାଇଥିଲା | ସେହିବର୍ଷ ହିଁ ଏହା କମ୍ପାନୀର କର୍ମଚାରୀଙ୍କୁ ଦିଆଯାଇଥିଲା | ତା’ପରେ ଏହି ଜୋତା ବହୁତ ଦୁର୍ଲଭ ହୋଇଗଲା ଏବଂ ଏପରି ଜିନିଷ ସଂଗ୍ରହ କରୁଥିବା ଲୋକଙ୍କ ମଧ୍ୟରେ ଏହି ଜୋତା ବହୁତ ମୂଲ୍ୟବାନ ହୋଇଯାଇଥିଲା | ବର୍ତ୍ତମାନ, ଲୋକଙ୍କ ପାଇଁ ଏହି ଜୋତାର ମାଲିକ ହେବାର ଏକ ସୁଯୋଗ ଆସିଛି | ଏହି ଜୋତାର ଉଭୟ ପାର୍ଶ୍ୱରେ ଆପଲର ପୁରୁଣା ଲୋଗୋ ଲାଗିଥିବାବେଳେ ଏହି ଜୋତା ପୂର୍ବରୁ ସର୍ବସାଧାରଣ ବିକ୍ରୟ ପାଇଁ ଦିଆଯାଇନଥିଲା | ଏହି କାରଣରୁ, ଏବେ ଆପଲ୍ ପ୍ରଶଂସକଙ୍କ ମଧ୍ୟରେ ଏହି ଜୋତାକୁ ନେଇ ଅନେକ କୌତୁହଳ ଦେଖିବାକୁ ମିଳିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe