ଆପଲ୍‌ର ୩ ଲକ୍ଷ ଟଙ୍କିଆ ହେଡ୍‌ସେଟ୍‌ : ଆଖି, ହାତର ଇସାରରେ କାମ କରିବ

Advertisment

ଆଖି ସାମ୍ନାରେ କମ୍ପ୍ୟୁଟର ଭଳି, ଟିଭିର ମୃତ୍ୟୁ ହେବ: ମହିନ୍ଦ୍ରା

ଆଖି ସାମ୍ନାରେ କମ୍ପ୍ୟୁଟର ଭଳି, ଟିଭିର ମୃତ୍ୟୁ ହେବ: ମହିନ୍ଦ୍ରା

ଆପଲ୍‌ର ୩ ଲକ୍ଷ ଟଙ୍କିଆ ହେଡ୍‌ସେଟ୍‌ : ଆଖି, ହାତର ଇସାରରେ କାମ କରିବ

ନୂଆଦିଲ୍ଲୀ : ଆମେରିକୀୟ କଂପାନି ଆପଲ୍‌ ଗତକଶଳି ଏକ ଭର୍ଚୁଆଲ ରିଅଲିଟି ହେଡ୍‌ସେଟ୍‌ ଭିଜନ୍ ପ୍ରୋକୁ ଉନ୍ମୋଚନ କରିଛି ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କା ରଖାଯାଇଛି। ଏହି ହେଡ୍‌ସେଟ୍‌କୁ ପିନ୍ଧିରେ ଆଖି ସାମ୍ନାରେ ଏକ କମ୍ପ୍ୟୁଟର ଥିବା ଭଳି ମନେ ହେବ। ଆଖି, ହାତର ଇସାର ଓ ନିଜ ସ୍ବର ଜରିଆରେ ହେଡ୍‌ସେଟ୍‌କୁ ପରିଚାଳନା କରିହେବ। ଏଥିରେ ଲୋକମାନେ ମନ ପସନ୍ଦର ଆପ୍ ଖୋଲିପାରିବେ, ସିନେମା ଦେଖିପାରିବେ ଏବଂ ଇଣ୍ଟରନେଟ୍‌ ବି ବ୍ରାଉଜ୍ କରିପାରିବେ। ଏହି ହେଡ୍‌ସେଟ୍‌ ହେଉଛି ଭୌତିକ ଓ ଆଭାସି ଦୁନିଆର ଏକ ଚମତ୍କାର ମିଶ୍ରଣ। ଏହି ‌ହେଟ୍‌ସେଟ୍‌ରେ ରହିଛି ୧୨ଟି କ୍ୟାମେରା, ୪କେ ଡିସ୍‌ପ୍ଲେ ଓ ଫ୍ୟାନ୍‌ ଜରିଆରେ ଶୀତଳ ହେଉଥିବା ଏକ ମାଇକ୍ରୋ ପ୍ରୋସେସର। ଏହା ଜରିଆରେ ଅନେକ ଅବିଶ୍ବସନୀୟ କାମ କରିହେବ।

ଆପଲ୍‌ର ଏହି ଚମତ୍କାର ଉତ୍ପାଦକୁ ନେଇ ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା କିନ୍ତୁ ଖୁସି ନାହାନ୍ତି। ଆପଲ୍ ସିଇଓ ଟୁମ୍‌ କୁକ୍‌ ସେୟାର କରିଥିବା ଏକ ଭିଡିଓ ଉପରେ ମତ ଦେଇ ମହିନ୍ଦ୍ରା କହିଛନ୍ତି ଯେ ଏହା ଦ୍ବାରା ବଡ଼ ଟିଭି ସ୍କ୍ରିନ୍‌ର ମୃତ୍ୟୁ ହେବକି। ଆପଲ୍‌ର ଏହି ନବସୃଜନର ସାମସଙ୍ଗ୍‌ ଓ ‌ସୋନି କିଭଳି ମୁକାବିଲା କରିବେ ଓ ବଞ୍ଚି ରହିବେ ତାହାକୁ ନେଇ ସେ ଆଶଙ୍କା ପ୍ରକଟ କରିଛନ୍ତି। ଲୋକମାନେ ଏବେ ଏକଜୁଟ ହୋଇ ସିନେମା ଓ ଖେଳ କାର୍ଯ୍ୟକ୍ରମଗୁଡ଼ିକୁ ଦେଖୁଛନ୍ତି। ଆଗାମୀ ଦିନରେ ତାହା ଅତୀତ ହୋଇଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ହେଡ୍‌ସେଟ୍ ଘର ସାରା ଜୁମ୍ବିମାନେ ବୁଲିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe