ଆପୋଲୋ ଫାର୍ମାସି ପକ୍ଷରୁ ୩୦,୦୦୦ କର୍ମଚାରୀଙ୍କ କୌଶଳ ଓ ଦକ୍ଷତାରେ ଉନ୍ନତି ପାଇଁ ‘ମାଇଁ ଗୁରୁକୁଳ’ର ଶୁଭାରମ୍ଭ

Advertisment
ଆପୋଲୋ ଫାର୍ମାସି ପକ୍ଷରୁ ୩୦,୦୦୦ କର୍ମଚାରୀଙ୍କ କୌଶଳ ଓ ଦକ୍ଷତାରେ ଉନ୍ନତି ପାଇଁ ‘ମାଇଁ ଗୁରୁକୁଳ’ର ଶୁଭାରମ୍ଭ

Pharma Tips

ଭୁବନେଶ୍ୱର: ଆପୋଲୋ ଫାର୍ମାସି ପକ୍ଷରୁ ଏହାର କର୍ମଚାରୀଙ୍କ ପାଇଁ ନୂଆ ଡିଜିଟାଲ୍ ଶିକ୍ଷା ପରିଚାଳନା ବ୍ୟବସ୍ଥା (ଏଲ୍ଏମ୍ଏସ୍) ‘ମାଇଁ ଗୁରୁକୂଳ’କୁ ଉନ୍ମୋଚନ କରାଯାଇଛି । ଆପୋଲୋ ଫାର୍ମାସିର କର୍ମଚାରୀମାନଙ୍କ ପାଇଁ ଆୟୋଜନ କରାଯାଇଥିବା ଏକ ୱେବିନାର୍ ଅବସରରେ ଭର୍ଚୁଆଲ୍ ମାଧ୍ୟମରେ ଆପୋଲୋ ହସ୍ପିଟାଲସ୍ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ପ୍ରତାପ ସି ରେଡ୍ଡି ଏହାକୁ ଉନ୍ମୋଚନ କରିଛନ୍ତି ।

ଆପୋଲୋ ଫାର୍ମାସିର ୩୦,୦୦୦ରୁ ଅଧିକ କର୍ମଚାରୀଙ୍କ କୌଶଳ ଓ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ‘ମାଇଁ ଗୁରୁକୂଳ’କୁ ପ୍ରସ୍ତୁତ କରାଯାଇଛି । ଖୁଚୁରା ଫାର୍ମାସି ବ୍ୟବସାୟ ପାଇଁ ଏହା ହେଉଛି ପ୍ରଥମ ଧରଣର ପ୍ରଶିକ୍ଷଣ ବ୍ୟବସ୍ଥା ଯାହାକୁ କର୍ମଚାରୀମାନେ ଯେକୌଣସି ଡିଭାଇସରେ ସବୁ ସମୟରେ ଯେକୌଣସି ସ୍ଥାନରେ ରହି ହାସଲ କରିପାରିବେ । ଏହି ଅବସରରେ ଆପୋଲୋ ହସ୍ପିଟାଲସ୍ ଗ୍ରୁପ୍ର ଅଧ୍ୟକ୍ଷ ଡକ୍ଟର ପ୍ରତାପ ସି ରେଡ୍ଡି କହିଛନ୍ତି ଯେ, “ସାରା ଭାରତର ୨୧ଟି ରାଜ୍ୟରେ ଥିବା ୬୦୦ ସହରରେ ପ୍ରତିଦିନ ଆମର ସମସ୍ତ ରିଟେଲ୍ ଫାର୍ମାସି ଖୋଲା ରହୁଥିବାରୁ ଆମ ଆପୋଲୋ ଫାର୍ମାସି ପରିବାରର ସଦସ୍ୟମାନେ ସାମ୍ନାରେ ରହି କୋଭିଡ୍-୧୯ର ମୁକାବିଲା କରୁଛନ୍ତି । ଏଭଳିକି ଲକ୍‌ଡାଉନ୍‌ ସମୟରେ ଓ ଯୋଗାଣ ଶୃଙ୍ଖଳାକୁ ନେଇ ଆହ୍ୱାନ ରହିଥିବା ସତ୍ୱେ ଗ୍ରାହକମାନଙ୍କ ପାଖକୁ ଔଷଧର ହୋମ୍ ଡେଲିଭରି କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe