ବିଶ୍ବର ସବୁଠୁ ଦାମୀ ଔଷଧର ଦାମ୍ ୨୮.୫୮ କୋଟି ଟଙ୍କା

Advertisment
ବିଶ୍ବର ସବୁଠୁ ଦାମୀ ଔଷଧର ଦାମ୍ ୨୮.୫୮ କୋଟି ଟଙ୍କା

ୱାସିଂଟନ: ଆମେରିକାର ଔଷଧ ନିୟାମକ ସଂସ୍ଥା ସିଏସ୍‌ଏଲ୍‌ ବେରିଙ୍ଗର ହେମ୍‌ଜେନିକ୍ସ-ହେମୋଫିଲିଆ ବି ଜିନ୍ ଥେରାପିକୁ ଅନୁମୋଦନ ପ୍ରଦାନ କରିଛି। ଏହି ଔଷଧର ଗୋଟିଏ ମାତ୍ରା (ଡୋଜ୍)ର ମୂଲ୍ୟ ହେଉଛି ୩୫ ଲକ୍ଷ ଡଲାର। ଭାରତୀୟ ମୁଦ୍ରାରେ ଏହା ହେବ ୨୮.୫୮ କୋଟି ଟଙ୍କା। ଏହା ବିଶ୍ବର ସବୁଠୁ ଦାମୀ ଔଷଧ। ହେମୋଫିଲିଆ ନାମକ ବଂଶାନୁକ୍ରମିକ ରୋଗର ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହାର କରାଯାଏ।

publive-image

ଏହି ରୋଗ ଥିଲେ ରୋଗୀର ରକ୍ତକ୍ଷରଣ ଥରେ ଆରମ୍ଭ ହେଲେ ଆଉ ବନ୍ଦ ହୁଏ ନାହିଁ। ପିତାମାତାଙ୍କଠାରୁ ବଂଶାନୁକ୍ରମିକ ଭାବେ ଏହି ରୋଗ ସନ୍ତାନ ଭିତରକୁ ଆସିଥାଏ ଏବଂ କେବଳ ପୁରୁଷମାନଙ୍କଠାରେ ଏହି ରୋଗ ଥାଏ। ହେମ୍‌ଜେନିକ୍ସ ଔଷଧ ମାଧ୍ୟମରେ ଏକ ଜିନ୍ ରୋଗୀ ଶରୀରରେ ପ୍ରବେଶ କରାଯାଏ। ଉକ୍ତ ଜିନ୍ ରକ୍ତକ୍ଷରଣକୁ ବନ୍ଦ କରିଦିଏ। ବର୍ତ୍ତମାନ ହେମୋଫିଲିଆ ରୋଗର ଚିକିତ୍ସା ପାଇଁ ଯେଉଁ ଔଷଧ ମିଳୁଛି ତାହା ବି ଅତ୍ୟନ୍ତ ବ୍ୟୟବହୁଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe