ପ୍ରାକୃତିକ ଗ୍ୟାସ ବିପଣନ ସଂସ୍କାରକୁ ମଞ୍ଜୁରି

Advertisment
ସାମାଜିକ ସଶକ୍ତିକରଣ ପାଇଁ କୃତ୍ରିମ ବୁଦ୍ଧିମତାର କେତେ ଆବଶ୍ୟକତା ରହିଛି ସେ ବାବଦରେ ଆସନ୍ତାକାଲି କହିବେ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ‘ପ୍ରାକୃତିକ ଗ୍ୟାସ ବିପଣନ ସଂସ୍କାର’କୁ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରାକୃତିକ ଗ୍ୟାସ୍‌ର ମୂଲ୍ୟ ନିର୍ଧାରଣ କ୍ଷେତ୍ରରେ ଏହା ପାରଦର୍ଶିତା ଓ ପ୍ରତିଯୋଗିତା ଆଣିବ। ଏହି ସଂସ୍କାର ଦ୍ବାରା ଗ୍ୟାସ ଆଧାରିତ ଅର୍ଥନୀତିକୁ ବଡ଼ ଧରଣର ଶକ୍ତି ମିଳିବ। କଂପାନିଗୁଡ଼ିକ ମଧ୍ୟ ସହଜରେ କାରବାର କରିପାରିବେ ବୋଲି କୁହାଯାଉଛି। କଣ୍ଟ୍ରାକ୍ଟରମାନେ କେଉଁ ମୂଲ୍ୟ‌ରେ ଗ୍ୟାସ ବିକ୍ରି କରିବେ ତାହା ନିର୍ଧାରଣ କରିବା ଲାଗି ସ୍ବଚ୍ଛତାର ସହ ଇ-ବିଡିଂ କରାଯିବ। ପ୍ରାକୃତିକ ଗ୍ୟାସ ବିକ୍ରିରେ ସମାନତା ଆଣିବାରେ ଏହା ସହାୟକ ହେବ। ସ୍ବୀକୃତିପ୍ରାପ୍ତ କଂପାନିଗୁଡ଼ିକୁ ବିଡିଂ ପ୍ରକ୍ରିୟାରେ ଭାଗ ନେବାର ଅନୁମତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe