ଏପ୍ରିଲ, ମେ’ର ବିକ୍ରି କ୍ଷତି ଭରଣା କଷ୍ଟକର ହେବ

Advertisment
ଏପ୍ରିଲ, ମେ’ର ବିକ୍ରି କ୍ଷତି ଭରଣା କଷ୍ଟକର ହେବ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରର ମୁକାବିଲା ଲାଗି ବିଭିନ୍ନ ରାଜ୍ୟରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କଟକଣା ଗାଡ଼ି ବିକ୍ରିକୁ ଗୁରୁତର ଭାବେ ପ୍ରଭାବିତ କରିବ। ଗାଡ଼ି ବଜାର ଉପରେ ନଜର ରଖିଥିବା ସଂସ୍ଥାଗୁଡ଼ିକ ଏଭଳି ଆକଳନ କରିଛନ୍ତି। ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ମଧ୍ୟ ଗାଡ଼ି ବିକ୍ରି ୨୦୧୯-୨୦ ତୁଳନାରେ ୫-୧୦ ପଏଣ୍ଟ୍‌ ପ୍ରତିଶତ କମ୍ ରହିବ ବୋଲି ସେମାନେ ଆକଳନ କରିିଛନ୍ତି। କ୍ରିସିଲ୍‌, ଇକ୍ରା ଓ ଇଣ୍ଡିଆ ରେଟିଙ୍ଗସ୍‌ ଭଳି ସଂସ୍ଥା ଏଭଳି ଆକଳନ କରିଛନ୍ତି।

ସେମାନଙ୍କ ଆକଳନ ଅନୁସାରେ ଅଧ ନିୟୁତ ପାଖାପାଖି କାର୍ ଓ ଏସ୍‌ୟୁଭି, ନିୟୁତାଧିକ ମୋଟରସାଇକଲ୍ ଓ ସ୍କୁଟର ଏବଂ ହଜାର ହଜାର ଟ୍ରକ୍ ବିକ୍ରି ପ୍ରଭାବିତ ହୋଇଛି। ଚଳିତ ବର୍ଷ ଏପ୍ରିଲ୍ ଓ ମେ' ମାସରେ ବିକ୍ରିରେ ଯେଉଁ କ୍ଷତି ହୋଇଛି ତାହାକୁ ବର୍ଷର ପରର୍ବତୀ ସମୟରେ ଭରଣା କରିବା କଷ୍ଟକର ହୋଇପଡ଼ିବ ବୋଲି ଏଜେନ୍ସିଗୁଡ଼ିକ ଆକଳନ କରିଛନ୍ତି। ସାରା ବିଶ୍ବ କରୋନା ମହାମାରୀ ସହିତ ଲଢ଼େଇ କରୁଥିବା ବିଶ୍ବରେ ସେମିକଣ୍ଡକ୍ଟରର ଘୋର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତିରେ ନୂଆ ପିଢ଼ିର କାର୍‌ ତିଆରି କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଚଳିତ ବର୍ଷ ଏପ୍ରିଲ୍‌ରେ ଗାଡ଼ି ପଞ୍ଜୀକରଣ ୨୦୧୯-୨୦ ତୁଳନାରେ ୩୦% ହ୍ରାସ ପାଇଛି। ମେ' ମାସରେ ମଧ୍ୟ ଏଥିରେ ୨୫% ଭଳି ହ୍ରାସ ଘଟିବ ବୋଲି ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe