ଗୁଜରାଟରେ ତିଆରି ହେବ ସେନା ବିମାନ

Advertisment
ଗୁଜରାଟରେ ତିଆରି ହେବ ସେନା ବିମାନ

News18

ନୂଆଦିଲ୍ଲୀ: ଭାରତୀୟ ସେନାର ପରିବହନ ବିମାନ ଗୁଜରାଟର ଭଦୋଦରାରେ ଉତ୍ପାଦନ ହେବ। ଏୟାର‌ବସ୍‌ ସହିତ ମିଶି ଟାଟା ଏହି କାରଖାନା ନିର୍ମାଣ କରିବ। ଏଥିପାଇଁ ପାଖାପାଖି ୨୨ ହଜାର କୋଟି ଟଙ୍କା ନିବେଶ ହେବ। ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ପ୍ରକଳ୍ପର ଶିଳାନ୍ୟାସ କରିବେ। ୨୦୨୧ ସେପ୍ଟେମ୍ବରରେ ପ୍ରତିରକ୍ଷା ମନ୍ତ୍ରାଳୟ ଏୟାରବସ୍ ସହିତ ଏ ନେଇ ଏକ ରାଜିନାମା କରିଛି। ଉକ୍ତ ରାଜିନାମା ଅନୁଯାୟୀ, ଏୟାରବସ ପକ୍ଷରୁ ଭାରତକୁ ୪ ବର୍ଷ ମଧ୍ୟରେ ୧୬ଟି ବିମାନ ହସ୍ତାନ୍ତର କରାଯିବ। ଏହାବ୍ୟତୀତ ୪୦ଟି ବିମାନ ଏୟାରବସ୍‌ ଓ ଟାଟାର ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଲିମିଟେଡ ଦ୍ବାରା ଉତ୍ପାଦନ ହେବ। ସି-୨୯୫ ନାମରେ ଏହି ବିମାନ ଗୁଡ଼ିକ ଆସିବ ଏବଂ ଭାରତୀୟ ବାୟୁସେନା ଦ୍ବାରା ଏ‌ଭରୋସ୍‌ ନାମରେ ବର୍ତ୍ତମାନ ଚାଲୁଥିବା ପୁରୁଣାକାଳିଆ ବିମାନଗୁଡ଼ିକୁ ହଟାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe