୪୦ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ ଆୟକର କମିସନର

Advertisment
ପତ୍ନୀଙ୍କୁ ମାଡ଼ ମାରି ସ୍ୱାମୀ ଗିରଫ

ନୂଆଦିଲ୍ଲୀ: ଗୌହାଟିରେ କାର୍ଯ୍ୟରତ ଆୟକର କମିସନର ଶ୍ୱେତାଭ ସୁମନଙ୍କୁ ସିବିଆଇ ଆଜି ଗିରଫ କରିଛି। ଏକ ଜାଲ୍‌ କମ୍ପାନିକୁ ଅନୁକମ୍ପା ଦେଖାଇବା ପାଇଁ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଶ୍ରୀ ସୁମନଙ୍କୁ ସିବିଆଇ ଗିରଫ କରିଛି। ଶ୍ରୀ ସୁମନଙ୍କ ସମେତ ସିବିଆଇ ଏହି ମାମଲାରେ ମୋଟ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅନ୍ୟ ବ୍ୟକ୍ତିମାନେ ହେଲେ ଶ୍ରୀ ସୁମନଙ୍କ ଅଧସ୍ଥନ ଅଧିକାରୀ ତଥା ଆୟକର ଅଧିକାରୀ ପ୍ରତାପ ଦାସ, ଦଲାଲ ପ୍ରାଣଞ୍ଜୋଲ ଶର୍ମା ଏବଂ ରମେଶ ଗୋଏଙ୍କା। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ସୁମନ ଆୟକର କମିସନର (ଅଡିଟ୍‌) ଭାବେ ଗୌହାଟିଠାରେ ନିଯୁକ୍ତି ପାଇଛନ୍ତି। ଏଥିସହିତ ସେ ଜୋର୍‌ହାଟ୍‌ର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ମେସର୍ସ ଓ୍ଵିନ୍‌ ପାଓ୍ଵାର ଇନ୍‌ଫ୍ରା ଭାଇଭେଟ ଲିମିଟେଡ ନାମକ ଜୋରହାଟ୍‌ର ଏକ କମ୍ପାନିର ନିର୍ଦେଶକ ସୁରେଶ ଅଗର୍‌ଓ୍ଵାଲାଙ୍କଠାରୁ ସେ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏହି କମ୍ପାନିର ଜୋରହାଟ୍‌ ସମେତ ଗୌହାଟି ଏବଂ ଦିଲ୍ଲୀରେ କାର୍ଯ୍ୟାଳୟ ରହିଛି। ଶ୍ରୀ ଅଗର୍‌ଓ୍ଵାଲାଙ୍କ ଏକ ଜାଲ୍‌ କମ୍ପାନିର ଆସେସମେଣ୍ଟ କରିବା ବେଳେ ସେହି କମ୍ପାନି ସପକ୍ଷରେ ଅଯାଚିତ ଅନୁଗ୍ରହ ଦେଖାଇବା ଲାଗି ଶ୍ରୀ ସୁମନ ଏହି ଲାଞ୍ଚ ଦାବି କରିଥିଲେ। ୫୦ ଲକ୍ଷ ଟଙ୍କା ମଧ୍ୟରୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ଶ୍ରୀ ସୁମନ୍‌ଙ୍କୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ ଯେ, ୧୯୮୮ ବ୍ୟାଚ୍‌ ଭାରତୀୟ ରାଜସ୍ୱ ସେବାର ଅଧିକାରୀ ଶ୍ରୀ ସୁମନ୍‌ଙ୍କ କ୍ଷେତ୍ରରେ ଏ ପ୍ରକାର ଘଟଣା ନୂଆ ନୁହେଁ। ୨୦୦୫ ମସିହାରେ ୫୫ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୨୦୧୫ରେ ଶ୍ରୀ ସୁମନ ସିବିଆଇ ବିଚାରପତିଙ୍କୁ ପ୍ରଭାବିତ କରିବାକୁ ମଧ୍ୟସ୍ଥଙ୍କ ଦ୍ୱାରା ଲାଞ୍ଚ ଦେବାକୁ ପ୍ରଚେଷ୍ଟା କରି ଅସୁବିଧାରେ ପଡ଼ିଥିଲେ। ୨୦୦୫ରେ ସିବିଆଇ ଦର୍ଶାଇଥିଲା ଯେ ଶ୍ରୀ ସୁମନ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହେବା ସହିତ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ରାଜପୁର ରୋଡ୍‌ରେ ୨୦୦୧ ମସିହାରେ ସେ ତାଙ୍କ ମା’ଙ୍କ ନାମରେ ୭୫୨.୫୦ ବର୍ଗ ମିଟରର ଏକ ଜାଗା କିଣି ସେଥିରେ ଏକ ରାଜକୀୟ ପ୍ରାସାଦ ନିର୍ମାଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe