ମାଲାବାରରେ ‘ଆର୍ଟିଷ୍ଟ୍ରି’ ଗହଣା ପ୍ରଦର୍ଶନୀ

Advertisment
ମାଲାବାରରେ ‘ଆର୍ଟିଷ୍ଟ୍ରି’ ଗହଣା ପ୍ରଦର୍ଶନୀ

ଭୁବନେଶ୍ବର : ମାଲାବାର ଗୋଲ୍‌ଡ ଆଣ୍ଡ୍ ଡାଇମଣ୍ଡସ୍‌ର ଚନ୍ଦ୍ରଶେଖରପୁର ସୋ’ରୁମ୍‌ରେ ‘ଆର୍ଟିଷ୍ଟ୍ରି’ ନାମରେ ଏକ ଏକ୍ସକ୍ଲୁସିଭ ଗହଣା ପ୍ରଦର୍ଶନୀ ଓ ବିକ୍ରି ଆଜିଠାରୁ ଆରମ୍ଭ ହୋଇଛି। ଏଥିରେ ସୁନା, ହୀରା ଓ ମୂଲ୍ୟବାନ ଧାତୁର ଗହଣା ରହିଛି। ନିପୁଣ କାରିଗରଙ୍କ ଦ୍ବାରା ପ୍ରସ୍ତୁତ ଆକର୍ଷଣୀୟ ଗହଣା ଉକ୍ତ କଲେକ୍ସନରେ ଉପଲବ୍ଧ କରାଯାଇଛି। ପ୍ରଦର୍ଶନୀକୁ ଆଇସିସି ନ୍ୟାସନାଲ ଏଣ୍ଟରପ୍ରିନ୍ୟୁୟରସିପ୍ କାଉନସିଲର ସଦସ୍ୟା ଶ୍ରୀମୟୀ ମିଶ୍ର, ମାଲାବାରର ଷ୍ଟୋର ହେଡ୍‌ ମହମ୍ମଦ ଫଜିଲ, ଷ୍ଟୋର ମ୍ୟାନେଜର ଗୌରୀଶଙ୍କର ଆଚାର୍ଯ୍ୟ ଏବଂ ମାର୍କେଟିଂ ମ୍ୟାନେଜର ସିଦ୍ଧେଶ୍ବର ରଥ ପ୍ରମୁଖଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଥିଲା।

ଏଥିରେ ମାଲାବାରର ହୀରା ଗହଣା ‘ମାଇନ୍‌’, ଅନକଟ୍ ହୀରା ଗହଣା ‘ଇରା’, ମୂଲ୍ୟବାନ ଧାତୁରେ ପ୍ରସ୍ତୁତ ଗହଣା ‘ପ୍ରିସିଆ’, ହାତତିଆରି ଗହଣା ‘ଏଥନିକ୍ସ’, ଭାରତୀୟ ଐତିହ୍ୟ ଗହଣା ‘ଡିଭାଇନ’, ପିଲାମାନଙ୍କ ଗହଣା ‘ଷ୍ଟାରଲେଟ’, ଯୁବପିଢ଼ିଙ୍କ ଗହଣା ‘ଜୌଲ’ ଆଦି ରହିଛି। ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ। ଏଥିସହିତ ବିବାହ ଉଦ୍ଦେଶ୍ୟରେ ଆଗୁଆ ଗହଣା କ୍ରୟ ଯୋଜନା ରଖିଥିବା ଗ୍ରାହକଙ୍କୁ ସୁନା ମୂଲ୍ୟବୃଦ୍ଧିରୁ ସୁରକ୍ଷା ଦିଆଯାଉଛି। ମୋଟ କ୍ରୟ ମୂଲ୍ୟର ୫% ଅଗ୍ରିମ ଦେଲେ ଏହି ସୁବିଧା ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe