ଜିଏସ୍‌ଟି ରିଟର୍ଣ୍ଣ ଲେଟ ଫିସ ଆଇନ କୋହଳ ହେଲା: ଜେଟଲି

Advertisment
ଜିଏସ୍‌ଟି ରିଟର୍ଣ୍ଣ ଲେଟ ଫିସ ଆଇନ କୋହଳ ହେଲା: ଜେଟଲି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସେବା ଓ ସାମଗ୍ରୀ କର(ଜିଏସ୍‌ଟି)କୁ ନେଇ ଏକ ଖୁସି ଖବରର ଘୋଷଣା କରିଛନ୍ତି। ଅରୁଣ ଜେଟଲି କହିଛନ୍ତି, ଜିଏସ୍‌ଟି ରିଟର୍ଣ୍ଣ କରିବା ଉପରେ ଲଗାଇଯାଇ ଲେଟ୍‌ ଫିସ ( ବିଳମ୍ବ ହେତୁ ଦେୟ) ନିୟମକୁ ଉପରେ କୋହଳ କରାଯାଇଛି। ଅର୍ଥାତ୍‌ କରଦାତାଙ୍କୁ ଆଉ ଲେଟ୍‌ ଫିସ ଦେବାକୁ ପଡ଼ିବ ନାହିଁ। ଜିଏସ୍‌ଟି ଫର୍ମ ୩ ବି ରିଟର୍ଣ୍ଣ ସବମିସନ୍‌କୁ ପେନାଲଟି ରୁପରେ ଦେବାକୁ ପଡ଼ୁଥିଲା। ଏଥିସହିତ ଯେଉଁ ବ୍ୟବସାୟୀ ଏଯାବତ୍‌ ପେନାଲଟି ଭରି ନାହାନ୍ତି, ଦୁଇଶହ ଟଙ୍କା ପ୍ରତିଦିନ ଲେଟ ଫିସ ଭାବେ ଦେବାକୁ ପଡ଼ୁଛି। ଏହାକୁ ଦୃଷ୍ଟି ରଖି ଅର୍ଥମନ୍ତ୍ରୀ ଏହି ନିୟମକୁ ଉଠାଇ ଦେଇଛନ୍ତି।

publive-image

ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏହି ସୂଚନା ଟୁଇଟର ଜରିଆରେ ଦେଇ କହିଛନ୍ତି, ଅଗଷ୍ଟ ଓ ସେପ୍ଟେମ୍ବର ପାଇଁ ଜିଏସଟି ଫର୍ମ ୩ବି ଫାଇଲ କରୁଥିବା ବ୍ୟବସାୟୀଙ୍କ ପାଇଁ ଲେଟ ଫିସ ଉଠାଇ ଦିଆଯାଇଛି।

ଜିଏସ୍‌ଟି ନେଟଓ୍ଵାର୍କର ଅଧ୍ୟକ୍ଷ ଅଜୟ ଭୁଷଣ ପାଣ୍ଡେଙ୍କ ମୁତାବକ, ଜିଏସ୍‌ଟିଏନ୍‌ ପୋର୍ଟଲ ଜରିଆରେ ସେପ୍ଟେମ୍ବର ମାସ ପାଇଁ ପାଖାପାଖି ୩୭ଲକ୍ଷ ଜିଏସ୍‌ଟି ରିଟର୍ଣ୍ଣ ଭରାଯାଇଛି । ଜିଏସ୍‌ଟି ବ୍ୟବସ୍ଥା ଜରିଆରେ ଜିଏସ୍‌ଟିଆର ୩ବିରେ ରିଟର୍ଣ୍ଣ ଭରିବାର ସମୟ ସୀମା ଅକ୍ଟୋବର ୨୦ରେ ସମାପ୍ତ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଦେଶରେ ଜିଏସ୍‌ଟି ବ୍ୟବସ୍ଥା ଜୁଲାଇ ୧ ତାରିଖରୁ ଲାଗୁ ହୋଇଛି। ଏହାପରେ ଏହା ତୃତୀୟ ମାସ ଯେଉଁଥିପାଇଁ କମ୍ପାନିକୁ ଜିଏସ୍‌ଟିଆର-୩ବି ରିଟର୍ଣ୍ଣ ଭରିବାକୁ ଅଛି। ଜୁଲାଇ ଓ ଅଗଷ୍ଟରେ କ୍ରମଶଃ ୫୫.୬୮ ଲକ୍ଷ ଓ ୫୦ଲକ୍ଷ ରିଟର୍ଣ୍ଣ ଭରାଯାଇଛି। ଯେଉଁଥିରୁ ଯଥାକ୍ରମେ ୯୫,୦୦୦ କୋଟି ଟଙ୍କା ଓ ୯୨,୦୦୦କୋଟି ଟଙ୍କାର ରାଜସ୍ୱ ପ୍ରାପ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe