ଭୁବନେଶ୍ବର: ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ନୂଆ ପ୍ରିମିୟମ୍ ଗହଣା ସମ୍ଭାର ‘ଅମେୟା’କୁ ଆଜି ଉନ୍ମୋଚନ କରାଯାଇଛି। ସଂସ୍ଥାର ବ୍ରାଣ୍ଡ୍ ଆମ୍ବାସାଡର ତଥା ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ନୂଆ ଗହଣା ସମ୍ଭାରକୁ ଉନ୍ମୋଚନ କରିଛନ୍ତି। ଆଗାମୀ ପାର୍ବଣ ଓ ବିବାହ ଋତୁକୁ ଦୃଷ୍ଟିରେ ରଖି ଦୀର୍ଘ ୫ ମାସର ପ୍ରସ୍ତୁତି ପରେ ୩୦% କମ୍ ଓଜନରେ ଏହି ଗହଣାଗୁଡ଼ିକୁ ସୂଷ୍ମ କାରିଗରୀ ସହ ତିଆରି କରାଯାଇଛି। ଏହା ସହିତ ଆଜି ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ମାସିକ ସହଜ କିସ୍ତି ଓ ଗିଫ୍ଟ କାର୍ଡ ବିଷୟରେ ମଧ୍ୟ ଘୋଷଣା କରାଯାଇଛି। ସଂସ୍ଥା ପକ୍ଷରୁ ୧୦୦୦, ୫୦୦୦ ଓ ୧୦ ହଜାର ଟଙ୍କିଆ ଗିଫ୍ଟ କାର୍ଡ, ପେଟିଏମ୍ ଦ୍ବାରା କିଣିବା ବେଳେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ବ୍ୟାକ୍ ଓ ବ୍ୟାଙ୍କ ଡେବିଟ୍ କାର୍ଡରେ କିଣିଲେ ଫ୍ଲାଟ୍ ୧୦% ରିହାତି ମିଳିବ ବୋଲି ପ୍ରକାଶ କରାଯାଇଛି। କୋଭିଡ-୧୯ କଟକଣା ଥିବାରୁ ଏହି ଉନ୍ମୋଚନ କାର୍ଯ୍ୟକ୍ରମକୁ ଫେସ୍ବୁକ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ୍ ଓ ଟ୍ବିଟର୍ରେ ସିଧା ପ୍ରସାରଣ କରି ଶୁଭେଚ୍ଛୁ, ପ୍ରଶଂସକ ଓ ଗ୍ରାହକମାନଙ୍କ ସହ ଯୋଡ଼ିହୋଇପାରିଥିବାରୁ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅମେୟା ଗହଣା ସମ୍ଭାରର ସୂକ୍ଷ୍ମ କାରିଗରୀର ଅନୁଭବ ନେବା ପାଇଁ ସେ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି।
ଅରୁନ୍ଧତୀ ଜୁଏଲର୍ସର ପ୍ରିମିୟମ୍ ଗହଣା ସମ୍ଭାର‘ଅମେୟା’
Advertisment
Follow Us