ଭୁବନେଶ୍ୱର,: ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ବ୍ରହ୍ମପୁରଠାରେ ଅରୁନ୍ଧତୀ ଜୁଏଲର୍ସର ନୂଆ ଷ୍ଟୋର ଖୋଲିବ। ସେଠାରେ ୩୦୦୦ ବର୍ଗଫୁଟର ଷ୍ଟୋର ଖୋଲାଯିବ। ବର୍ତ୍ତମାନ ଏହାର ଷ୍ଟୋରଗୁଡ଼ିକ ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗୀର ଏବଂ ଭବାନୀପାଟଣାରେ ରହିଛି। ରାଜ୍ୟର ସବୁ ଜିଲ୍ଲାର ଲୋକମାନଙ୍କ ପାଖରେ ପହଞ୍ଚିବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି ଅରୁନ୍ଧତୀ ଜୂଏଲର୍ସର ପରିଚାଳନା ନିର୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି। କିଭଳି ସେମାନଙ୍କ ପାଖରେ ପହଞ୍ଚିହେବ ସେଥିପାଇଁ ବିଭିନ୍ନ ରଣନୀତି ଉପରେ ବିଚାରବିମର୍ଶ ଜାରି ରହିଛି ବୋଲି ସେ କହିଛନ୍ତି।
ଆଜି ଉତ୍କଳ ମଣ୍ଡପଠାରେ ଅରୁନ୍ଧତୀ ଜୁଏଲର୍ସର ଫେଷ୍ଟିଭ୍ ଧମାଲ୍ ଲକି ଡ୍ର’ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୋଟ ୧୫ ଜଣ ଗ୍ରାହକ ଲକ୍ଷପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ଷ୍ଟୋର୍ର ୭ ଜଣ, ବଲାଙ୍ଗୀରର ୩ ଜଣ, ସମ୍ବଲପୁରର ୩ ଜଣ ଏବଂ ଭବାନୀପାଟଣା ଷ୍ଟୋର୍ର ୨ ଜଣ ଗ୍ରାହକ ରହିଛନ୍ତି। ଫେଷ୍ଟିଭ୍ ଧମାଲ୍ ଅଫର୍ ୨୦୧୭ ସେପ୍ଟେମ୍ବର ୨୨ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବସରରେ ୫୦୦୦ରୁ ଅଧିକ ଗ୍ରାହକ ଆମ ସହିତ ଯୋଡ଼ି ହୋଇଥିଲେ ବୋଲି ସଂସ୍ଥାର ନିର୍ଦେଶକ ଅଚ୍ୟୁତାନନ୍ଦ ମେହେର କହିଛନ୍ତି।
ଏହି ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ଗହଣା ଫେସନ୍ ସୋ’ ସହିତ ବଲିଉଡ୍ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରାଯାଇଛି। ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଅରୁନ୍ଧତୀର ବ୍ରାଣ୍ଡ୍ ଆମ୍ବାସାଡର ଅର୍ଚ୍ଚିତା ଓ ହାସ୍ୟ ଅଭିନେତା ପପୁ ପମ୍ପମ୍ ଉପସ୍ଥିତ ଥିଲେ। ଏହି ଅବସରରେ ସମାଜସେବୀ ତୁଳସୀ ମୁଣ୍ଡାକୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ବ୍ରହ୍ମପୁରରେ ଷ୍ଟୋର ଖୋଲିବ ‘ଅରୁନ୍ଧତୀ ଜୁଏଲର୍ସ’:ଲକି ଡ୍ର’ରେ ୧୫ ଗ୍ରାହକ ହେଲେ ଲକ୍ଷପତି
Advertisment
Follow Us