ଏଏସବିଏମ୍ ବିଶ୍ୱବିଦ୍ୟାଳୟର ଅନଲାଇନ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ

ଏଏସବିଏମ୍ ବିଶ୍ୱବିଦ୍ୟାଳୟର ଅନଲାଇନ ସାର୍ଟିଫିକେଟ ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ବର : ଏଏସବିଏମ୍ ବିଶ୍ୱବିଦ୍ୟାଳୟର ସ୍କୁଲ  ଅଫ୍ ଆକାଉଣ୍ଟାନସି ଓ ସ୍କୁଲ  ଅଫ୍  ବିଜିନେସ୍ ଆନୁକୁଲ୍ୟରେ ଦୁଇଟି ୧୪ଦିନିଆ ଅନଲାଇନ ସାର୍ଟିଫିକେଟ ପାଠ୍ୟକ୍ରମ ଯଥା ଉକୃଷ୍ଟ ଅର୍ଥ ବିକାଶ ଏବଂ ବିପଣନ ପକ୍ରିୟା ଓ କୌଶଳ ବିଷୟରେ ସଫଳତାର ସହ ଅନୁଷ୍ଠିତ ହୋଇ ଯାଇଛି ।

ଏହି ଦୁଇଟି ପାଠ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶ୍ରୀଯୁକ୍ତ ଏମ୍. ଏନ୍. ରାଓ, ପରିଚାଳନା ନିର୍ଦ୍ଦେଶକ, ମେଡ଼ିସିସ୍, ହାଇଦରାବାଦ, ଏବଂ ପ୍ରଫେସର (ଡ଼ଃ) ରଞ୍ଜନ ସକସେନା, ପ୍ରାକ୍ତନ କୁଳପତୀ, ଏମ୍.ଏନ୍.ଆଇ.ଏମ୍.ଏସ୍, ତଥା ପ୍ରାକ୍ତନ ନିର୍ଦ୍ଦେଶକ, ଭାରତୀୟ ପ୍ରବନ୍ଧନ ସଂସ୍ଥାନ, ଇନ୍ଦୋର, ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଅନଲାଇନ ପାଠ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏଏସବିଏମ୍ ବିଶ୍ୱବିଦ୍ୟାଳୟର କୁଳାଧ୍ୟକ୍ଷ ତଥା ମ୍ୟାନେଜମେଣ୍ଟ ଗୁରୁ ପ୍ରଫେସର (ଡ଼ଃ) ବିଶ୍ୱଜିତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ଼ିନ୍ ସ୍କୁଲ  ଅଫ୍ ଆକାଉଣ୍ଟାନସି, ପ୍ରଫେସର ହେମନ୍ତ କୁମାର ପଣ୍ଡା , ସ୍କୁଲ ଅଫ୍ ବିଜିନେସର ସଂଯୋଜକ  ପ୍ରଫେସର ମନମଥ ନାଥ ସାମନ୍ତରାୟ  ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ଉଦ୍ୟାପନ ଉତ୍ସବରେ ପ୍ରଫେସର (ଡ଼ଃ) ମୋହନ ଲାଲ ଅଗ୍ରୱାଲ, ନିର୍ଦ୍ଦେଶକ, ଏନଟିପିସି ସ୍କୁଲ ଅଫ୍ ବିଜିନେସ୍, ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ ।

ଉଭୟ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଧାପକ ଓ ଅଧ୍ୟାପିକା, ଶିଳ୍ପ ସଂସ୍ଥାର ପ୍ରବନ୍ଧନ ପରି·ଳନା ବିଶେଷେଞ ବିଭିନ୍ନ ବିଷୟରେ କ୍ଲାସ ନେଇଥିଲେ ଏବଂ ଗବେଷକ ଓ ୧୦୦ରୁ  ଅଧିକ ଛାତ୍ରଛାତ୍ରୀ ଅଶଂଗ୍ରହଣ କରିଥିଲେ ।

ଏହି ପାଠ୍ୟକ୍ରମକୁ ଏଏସବିଏମ ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର  (ଡ଼ଃ) ସୁଧାଂଶୁ ଶେଖର ନନ୍ଦ ଏବଂ ପ୍ରଫେସର (ଡ଼ଃ) ବରଦା ପ୍ରସନ୍ନ ମହାପାତ୍ର ଯଥା କ୍ରମେ ସୁଚାରୁ ରୂପେ ପରିଚାଳନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe