ଏଏସ୍‌ବିଏମ୍ ବିଶ୍ବବିଦ୍ୟାଳୟର ‘ପ୍ରେରଣା’ କାର୍ଯ୍ୟକ୍ରମ

Advertisment
ଏଏସ୍‌ବିଏମ୍ ବିଶ୍ବବିଦ୍ୟାଳୟର ‘ପ୍ରେରଣା’ କାର୍ଯ୍ୟକ୍ରମ

ଭୁବନେଶ୍ବର : ଚଳିତ ବର୍ଷର କୃତି ପ୍ରତିଯୋଗୀମାନଙ୍କୁ ସ୍ବୀକୃତି ଦେବା ଓ ଅନ୍ୟମାନଙ୍କୁ ଉତ୍ସାହିତ କରିବା ଲାଗି ଏଏସ୍‌ବିଏମ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ‌‌‘ପ୍ରେରଣା’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ଥିଲା ସାମାଜିକ ବୌଦ୍ଧିକ ସନ୍ତୁଳନ ଓ ମାନବିକ ମୂଲ୍ୟବୋଧ ଓ ବ୍ୟକ୍ତିତ୍ବ ବିକାଶର ମଞ୍ଚ। ଏଥିରେ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ସ୍ବୀକୃତି ପତ୍ର ପ୍ରଦାନ କରିଛନ୍ତି।

ବିଶ୍ବବିଦ୍ୟାଳୟର କୁଳାଧ୍ୟକ୍ଷ ପ୍ରଫେସର ବିଶ୍ବଜିତ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର କଲ୍ୟାଣ ଶଙ୍କର ରାୟ ଉପସ୍ଥିତ ଥିଲେ। ପ୍ରଫେସର ସ୍ମାରକୀ ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସହକାରୀ ଡିନ୍ ପ୍ରଫେସର ଭକ୍ତବନ୍ଧୁ ଦାଶ ଧନ୍ୟବାଦ ଅର୍ପଣ କରିଥ‌ିଲେ। ବିଦ୍ୟାର୍ଥୀମାନଙ୍କ ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ତର୍କ, ବକ୍ତୃତା, ପ୍ରବନ୍ଧ ରଚନା, ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ ଓ ଛବି ଉତ୍ତୋଳନ କାର୍ଯ୍ୟକ୍ରମ ଆଦି ଆୟୋଜନ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe