ଓଡ଼ିଶା ସହ ସହଯୋଗିତା ବଢ଼ାଇବ ‘ଆସିଆନ୍’: ଆଇସିସି-ଏଆଇଇସି ମଧ୍ୟରେ ଏମ୍‌ଓୟୁ

ଓଡ଼ିଶା ସହ ବ୍ୟାବସାୟିକ ସହଯୋଗିତା ବଢ଼ାଇବାକୁ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରସଂଘ ‘ଆସିଆନ୍‌’ ଆଗ୍ରହ ପ୍ରକାଶ କରିଛି। ଆସିଆନ୍‌ ଦେଶଗୁଡ଼ିକଠାରୁ ଭାରତ ଅଧିକ ଜିନିଷ ମଗାଉଥିବା ବେଳେ କମ୍ ଜିନିଷ ରପ୍ତାନି କରୁଛି।

fhhfhf

ଭୁବନେଶ୍ବର: ଓଡ଼ିଶା ସହ ବ୍ୟାବସାୟିକ ସହଯୋଗିତା ବଢ଼ାଇବାକୁ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରସଂଘ ‘ଆସିଆନ୍‌’ ଆଗ୍ରହ ପ୍ରକାଶ କରିଛି। ଆସିଆନ୍‌ ଦେଶଗୁଡ଼ିକଠାରୁ ଭାରତ ଅଧିକ ଜିନିଷ ମଗାଉଥିବା ବେଳେ କମ୍ ଜିନିଷ ରପ୍ତାନି କରୁଛି। ଉଭୟଙ୍କ ମଧ୍ୟ‌ରେ ଦ୍ବିପାକ୍ଷିକ କାରବାର ଗତ ଆର୍ଥିକ ବର୍ଷରେ ୧୨,୦୦୦ କୋଟି ଡଲାର ଥିଲା। ଆସନ୍ତା ଦୁଇ ବର୍ଷ ମଧ୍ୟରେ ତାହା ୧୫,୦୦୦ କୋଟି ଡଲାର ଓ ୨୦୩୦ ସୁଦ୍ଧା ୨୫,୦୦୦ କୋଟି ଡଲାରକୁ ବୃଦ୍ଧି ପାଇବା ସମ୍ଭାବନା ରହିଛି। ତେଣୁ ଓଡ଼ିଶାର ବ୍ୟବସାୟ ଓ ଉଦ୍ୟୋଗ ପାଇଁ ଆସିଆନ୍ ସହ ସହଯୋଗିତା ସ୍ଥାପନ କରିବାର ବ୍ୟାପକ ସୁଯୋଗ ରହିଛି ବୋଲି ଆସିଆନ୍‌-ଭାରତ ଅର୍ଥନୈତିକ ସହଯୋଗ (ଏଆଇଇସି)ର ଅଧ୍ୟକ୍ଷ ଦ‌ାତୋ ରମେଶ କୋଡାମଲ୍‌ କହିଛନ୍ତି।

ଇଡ୍‌କୋ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଓ ଏଆଇଇସି ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ମାନସ ପଣ୍ଡା ରାଜ୍ୟର ଦକ୍ଷ ମାନବ ସମ୍ବଳ, ଖଣି ଓ ଧାତବ କ୍ଷେତ୍ର, ବ୍ୟାପକ ଜଳ ଓ ବିଦ୍ୟୁତ୍‌ ଶକ୍ତି କ୍ଷମତା ଉପରେ ଆଲୋକପାତ କରିଥିଲେ। ଓଡ଼ିଶାରେ ପୁଞ୍ଜିନିବେଶ କରିବା ଲାଗି ସେ ଆସିଆନ୍‌ ରାଷ୍ଟ୍ରଗୁଡ଼ିକର ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସିଆନ୍‌ର ପ୍ରତିନିଧିମାନେ କହିଛନ୍ତି ଯେ ପର୍ଯ୍ୟଟନ, ପ୍ରଯୁକ୍ତି ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ନେଇ ଉଭୟ ପକ୍ଷ ସହଯୋଗିତା ବଢ଼ାଇବାର ବ୍ୟାପକ ସୁଯୋଗ ରହିଛି। ଭାରତ-ଆସିଆନ୍ ମୁକ୍ତ ବାଣିଜ୍ୟ ରାଜିନାମାର ସମୀକ୍ଷା ହେଲେ ଏହି କାର୍ଯ୍ୟ ଆହୁରି ତ୍ବରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି। ବୌଦ୍ଧ ସର୍କିଟ୍‌କୁ ନେଇ ମଧ୍ୟ ଓଡ଼ିଶା ସହ ସହଯୋଗିତା କରିବାର ସୁଯୋଗ ରହିଥିବା ସେମାନେ କହିଛନ୍ତି। ଆସିଆନ୍ ଅଧୀନରେ ମାଲେସିଆ, ଫିଲିପାଇନ୍ସ, ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମିଆଁମାର, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଓ ଭିଏତ୍‌ନାମ ରହିଛନ୍ତି। ଏହି ଅବସରରେ ଆଇସିସି ଓଡ଼ିଶା ଶାଖାର ଅଧ୍ୟକ୍ଷ ରାଜୀବ ସାହୁ, ଏଆଇଇସିର ସହ ଅଧ୍ୟକ୍ଷ ଜନି ଚୋଟରାନି, ଇନ୍‌ଭେସିଫାଏ କମ୍ପାନିର ସିଇଓ ଇନ୍ଦ୍ରନୀଲ ସେନ୍‌ଗୁପ୍ତା ଓ ଆଇସିସି ଓଡ଼ିଶାର ଉପାଧ୍ୟକ୍ଷ ନିଲଞ୍ଜନା ମୁଖାର୍ଜୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe