ନିର୍ବାଚନ ଆୟୁକ୍ତ ଲାଭାସାଙ୍କୁ ଏଡିବିରେ ନିଯୁକ୍ତି

Advertisment

ନିର୍ବାଚନରେ ମୋଦୀ, ଶାହଙ୍କୁ କ୍ଲିନ୍‌ଚିଟ୍‌ର ବିରୋଧ କରି ଚର୍ଚ୍ଚିତ ହୋଇଥିଲେ

ନିର୍ବାଚନରେ ମୋଦୀ, ଶାହଙ୍କୁ କ୍ଲିନ୍‌ଚିଟ୍‌ର ବିରୋଧ କରି ଚର୍ଚ୍ଚିତ ହୋଇଥିଲେ

ନିର୍ବାଚନ ଆୟୁକ୍ତ ଲାଭାସାଙ୍କୁ ଏଡିବିରେ ନିଯୁକ୍ତି

Business Standard

ନୂଆଦିଲ୍ଲୀ : ଫିଲିପାଇନ୍ସରେ ଥିବା ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ପକ୍ଷରୁ ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସାଙ୍କୁ ଉପ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଭାରତୀୟ ନିର୍ବାଚନ କମିସନର ମୁଖ୍ୟ ନିର୍ବାଚନ ଅୟୁକ୍ତ ହେବା ସୁଯୋଗ ତାଙ୍କ ପାଖରେ ରହିଛି। ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ସେ ନିର୍ବାଚନ କମିସନ ପାଇଁ କାର୍ଯ୍ୟ କରିପାରିବେ। ତାଙ୍କ କାର୍ଯ୍ୟକାଳ ‌ଶେଷ ହେବାର ଆହୁରି ଦୁଇବର୍ଷରୁ ଅଧିକ ସମୟ ବାକି ଥିବା ବେଳେ ତାଙ୍କୁ ତିନି ବର୍ଷର ଅବଧି ପାଇଁ ଏଡିବିରେ ନିଯୁକ୍ତି ମିଳିଛି। ନିର୍ବାଚନ କମିସନର ଭାବେ ସେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ ସମେତ ଅନେକ ରାଜ୍ୟର ବିଧାନସଭା ନିର୍ବାଚନ କରାଇଥିଲେ। ‌ନିର୍ବାଚନ କମିସନ ଇତିହାସରେ ସେ ହେଉଛନ୍ତି ଦ୍ବିତୀୟ ନିର୍ବାଚନ ଆୟୁକ୍ତ ଯିଏ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବିଦାୟ ନେବେ। ୧୯୭୩ରେ ମୁଖ୍ୟ ନିର୍ବାଚନ କମିସନର ନଗେନ୍ଦର ସିଂହ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ ଏବଂ ଆନ୍ତର୍ଜାତିକ ନ୍ୟାୟିକ ଅଦାଲତର ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

ନିର୍ବାଚନ କମିସନରୁ ଇସ୍ତଫା ଦେବା ପରେ ହିଁ ସେ ଏଡିବିରେ ଯୋଗ ଦେଇପାରିବେ। ଯେହେତୁ ଏଡିବି ପକ୍ଷରୁ ଏହି ନିଯୁକ୍ତି ସଂକ୍ରାନ୍ତରେ ଘୋଷଣା କରାଯାଇଛି ତେଣୁ ସେହି ପଦରେ ଯୋଗ ଦେବା ଲାଗି ଲାଭାସାଙ୍କ ସହମତି ରହିଛି ବୋଲି କୁହାଯାଉଛି। କାରଣ ପ୍ରାର୍ଥୀଙ୍କ ବିନା ସହମତିରେ ଏଡିବି ଭଳି ସଂସ୍ଥା ନିଯୁକ୍ତି ସମ୍ପର୍କରେ ଘୋଷଣା କରିବ ନାହିଁ। ଲାଭାସା ନିର୍ବାଚନ ଆୟୁକ୍ତ ପଦରୁ ଇସ୍ତଫା ଦେଇଛନ୍ତି ନା ନାହିଁ ତାହା ଜଣାପଡ଼ିନି। ଏଡିବିରେ ତାଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ମିଳିଛି। ଦରକାର ପଡ଼ିଲେ ତାଙ୍କ କାର୍ଯ୍ୟକାଳ ଆଉ ୫ ବର୍ଷ ବଢ଼ିପାରିବ। ବର୍ତ୍ତମାନ ଏଡିବିର ଉପସଭାପତି ଭାବେ କାର୍ଯ୍ୟ କରୁଥିବ‌େ ଦୀବାକର ଗୁପ୍ତାଙ୍କ ସ୍ଥାନରେ ଲାଭାସା କାର୍ଯ୍ୟ କରିବେ। ସେ ଘରୋଇ କ୍ଷେତ୍ର ଓ ଘରୋଇ ସରକାରୀ ସହଭାଗିତା କ୍ଷେତ୍ର ପାଇଁ କାର୍ଯ୍ୟ କରିବେ। ଶ୍ରୀ ଗୁପ୍ତାଙ୍କ କାର୍ଯ୍ୟକାଳ ଅ‌ଗଷ୍ଟ ୩୧ରେ ଶେଷ ହେବ।

୨୦୧୯ ଲୋକସଭା ନିର୍ବାଚନ ବେଳେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ପୂର୍ବତନ ସଭାପତି ତଥା ବର୍ତ୍ତମାନର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଆଯାଇଥିବା କ୍ଲିନ୍‌ ଚିଟ୍‌କୁ ବି‌ରୋଧ କରି ସେ ଚର୍ଚ୍ଚିତ ହୋଇଥିଲେ। ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ପରିବାରର ତିନି ଜଣଙ୍କ ପଛରେ ଆୟକର ବିଭାଗ ପଡ଼ିଥିଲା। ତାଙ୍କ ପୁଅ ଅବିର ଲାଭାସା, ଉଭଣୀ ଶକୁନ୍ତଳା ଲାଭାସା ଓ ତାଙ୍କ ପତ୍ନୀଙ୍କୁ ଆୟକର ନୋଟିସ୍‌ ପଠାଯାଇଥିଲା। ଆୟକର ବିଭାଗ କରିଥିବା ଅଭିଯୋଗକୁ ସେମାନେ ଦୃଢ଼ ଭାବେ ଖଣ୍ଡନ କରିଥିଲେ। ହରିୟାନା କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଶ୍ରୀ ଲାଭାସା ୨୦୧୮ ଜାନୁଆରି ୨୩ରେ ନିର୍ବାଚନ ଆୟୁକ୍ତ ଭାବେ ଯୋଗ ଦେଇଥିଲେ। ଏହା ପୂର୍ବରୁ ‌ସେ ଅର୍ଥ, ପରିବେଶ ଓ ବେସାମରିକ ବିମାନ ଚଳାଚଳ ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୦୧-୦୨ରେ ଅର୍ଥନୈତିକ ବ୍ୟାପାର ବିଭାଗରେ କାର୍ଯ୍ୟ କରୁଥିବା ବେଳେ ସେ ଏଡିବି ସମ୍ପର୍କିତ କଥା ବୁଝୁଥିଳେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe