ଖୋଲିଲା ପ୍ରଥମ କାଫେ: ଯେଉଁଠି କାମ କରୁଥିବା କର୍ମଚାରୀ ହେଉଛନ୍ତି ଏଚଆଇଭି ପଜିଟିଭ ଓ ଦିବ୍ୟାଙ୍ଗ

ଖୋଲିଲା ପ୍ରଥମ କାଫେ: ଯେଉଁଠି କାମ କରୁଥିବା କର୍ମଚାରୀ ହେଉଛନ୍ତି ଏଚଆଇଭି ପଜିଟିଭ ଓ ଦିବ୍ୟାଙ୍ଗ

ନୂଆଦିଲ୍ଲୀ : ଅନେକ ସମୟରେ ଦେଖାଯାଏ ଏଚ.ଆଇ.ଭି ପଜିଟିଭ ଥିବା ଲୋକମାନଙ୍କ ପାଇଁ ଚାକିରି ମିଳିବାରେ ବହୁତ ଅସୁବିଧା ହୋଇଥାଏ। ଭଲଭଲ ଡିଗ୍ରି ଥାଇ ବି ଏଚ.ଆଇ.ଭି ପଜିଟିଭ ଥିବା ଲୋକଙ୍କୁ ଚାକିରି ଦେବାକୁ କମ୍ପାନି ମନା କରି ଦେଇଥାଏ। ଏଭଳି କ୍ଷେତ୍ରରେ ଏପରି କିଛି ସଂଗଠନ ରହିଛି ଯାହାକି ଏହି ଲୋକଙ୍କ କଲ୍ୟାଣ ପାଇଁ କାମ କରି ଆସୁଛି। ଏଭଳି ଏକ କାଫେ କୋଲକାତାରେ ଖୋଲାଯାଇଛି। ଏହି କାଫେର ସ୍ବତନ୍ତ୍ରତା ହେଉଛି ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଏଚ୍.ଆଇ.ଭି ପଜିଟିଭ୍ ଓ ଦିବ୍ୟାଙ୍ଗ।

ଏହି କାଫେର ନାମ ‘କାଫେ ପଜିଟିଭ’ ରଖାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଏଚ୍.ଆଇ.ଭି ପଜିଟିଭ୍ ଲୋକଙ୍କ ପାଇଁ ସଚେତନତା ସୃଷ୍ଟି କରି ନିଯୁକ୍ତି ସୁବିଧା ଦେବା। ଏହି କାଫେ ଆନନ୍ଦଗର ଏନଜିଓ ଦ୍ୱାରା ପରିଚାଳିତ ହେଉଛି। ଏହି ଏନଜିଓ ଭିନ୍ନକ୍ଷମ ପିଲା ଏବଂ ଏଚ୍.ଆଇ.ଭି ପଜିଟିଭ୍ ଲୋକଙ୍କ ପାଇଁ କାମ କରି ଆସୁଛି।

କଲୋଲ ଘୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଛି ଏହି କାଫେ। ଘୋଷ କହିଛନ୍ତି କାଫେ ଖୋଲିବାବେଳେ ସେ ଦ୍ବନ୍ଦ୍ବରେ ଥିଲେ ଏହା ଆଗକୁ ଚାଲିବ କି ନାହିଁ । ତେବେ କାଫେ ଖୋଲିବା ଜାଣିବା ପରେ ଲୋକେ ଆସିବା ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷରେ ଏହା ବି ଦେଖିବାକୁ ମିଳୁଛି କି କିଛି ଗ୍ରାହକ କାଫେକୁ ଆସୁଛନ୍ତି, କିନ୍ତୁ ସେମାନେ ଯେତେବେଳେ ଜାଣୁଛନ୍ତି ଏଠାରେ କାମ କରୁଥିବା କର୍ମଚାରୀ ଏଚ.ଆଇ.ଭି ପଜିଟିଭ ସେମାନେ ଫେରି ଚାଲି ଯାଉଛନ୍ତି। ତଥାପି ଯେତିକି ଗ୍ରାହକ ଆସୁଛନ୍ତି ସେମାନଙ୍କୁ ନେଇ କାଫେ ଚଲାଇବାକୁ ଚେଷ୍ଟା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe