ଭୁବନେଶ୍ବର : ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍ର ଅନ୍ୟତମ ୟୁନିଟ୍ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ଭାରାପ୍ରାପ୍ତ ନିର୍ଦେଶକ ଭାବେ ଅତନୁ ଭୌମିକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏନ୍ଆଇଟି-ରାଉରକେଲାରୁ ମେଟାଲର୍ଜି ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରି ହାସଲ କରିଥିବା ଶ୍ରୀ ଭୌମିକ ୧୯୮୮ରେ ଆର୍ଏସ୍ପିରେ ଯୋଗ ଦେଇଥିଲେ। ତାଙ୍କ ପାଖରେ ୩୧ ବର୍ଷର ଅଭିଜ୍ଞତା ରହିଛି। ସେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। ରାଉରକେଲାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଭୌମିକ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିବା ପୂର୍ବରୁ ସେଣ୍ଟ୍ ପଲ୍ ସ୍କୁଲ୍ ଓ ରାଉରକେଲା ସରକାରୀ କଲେଜରେ ପାଠପଢ଼ିଥିଲେ।
ଅତନୁ ଭୌମିକ ଆର୍ଏସ୍ପିର ନୂଆ ଭାରାପ୍ରାପ୍ତ ନିର୍ଦେଶକ
Advertisment
Follow Us