ଏଟିଏମ୍‌ରୁ ବାହାରିଲା ଅଧାଛପା ୨୦୦୦ଟଙ୍କିଆ ନୋଟ

Advertisment
ଏଟିଏମ୍‌ରୁ ବାହାରିଲା ଅଧାଛପା ୨୦୦୦ଟଙ୍କିଆ ନୋଟ

ନୂଆଦିଲ୍ଲୀ: ଦିଲ୍ଲୀର ଜାମିୟା ନଗରରେ ଡିସିବି ବ୍ୟାଙ୍କ ଏଟିଏମ୍‌ରୁ ଏକ ଅଧାଛପା ୨୦୦୦ଟଙ୍କିଆ ବାହାରିଛି। ଏହି ନୋଟଟି ମେସିନ୍‌ରୁ ବାହାରିବା ପରେ ଏହାକୁ ଦେଖି ଟଙ୍କା ଉଠାଇଥିବା ବ୍ୟକ୍ତି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଏହି ୨୦୦୦ଟଙ୍କା ନୋଟର ଅଧା ଭାଗ ଛପା ହୋଇଥିଲା ବେଳେ ଅଧା ଅଛପା ଥିଲା।

ସୂଚନାଯୋଗ୍ୟ, ଜାମିୟା ନଗର ଅଞ୍ଚଳର ମହମ୍ମଦ ଶାଦାବ ଚୌଧୁରୀ ସୋମବାର ରାତିରେ ତାଙ୍କ ଆକାଉଣ୍ଟରୁ ୧୦,୦୦୦ଟଙ୍କା ଉଠାଇବାକୁ ଡିସିବି ବ୍ୟାଙ୍କ ଏଟିଏମ୍‌କୁ ଆସିଥିଲେ। ଏଟିଏମ୍‌ରୁ ଟଙ୍କା ଉଠାଉଥିବା ସମୟରେ ଏକ ଅଧା ଛପା ୨୦୦୦ଟଙ୍କିଆ ନୋଟ ବାହାରିଥିଲା । ଏହି ନୋଟ ଦେଖି ଶାଦାବ କ’ଣ କରିବେ କିଛି ବୁଝି ନ ପାରି କଷ୍ଟମର କେୟାରକୁ ଫୋନ୍‌ କରିଥିଲେ। କଷ୍ଟମର କେୟାରଠାରୁ ଶାଦାବ ସମସ୍ୟାର ସମଧାନ ନ ପାଇବାରୁ ସେ ବ୍ୟାଙ୍କରେ ପହଞ୍ଚିଥିଲେ। ଶେଷରେ ଶାଦାବ ବ୍ୟାଙ୍କ ଓ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୪୨୦ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe