ଏଟିଏମ୍ ଉଠାଣ, ସର୍ବନିମ୍ନ ବାଲାନ୍ସ ନିୟମ ବଦଳିଲା

Advertisment
ଜନ ଧନ ପାଇଁ ଗ୍ରାମାଞ୍ଚଳରେ ଏଟିଏମ୍‌ ବ୍ୟବହାରରେ ବୃଦ୍ଧି

News Today

ନୂଆଦିଲ୍ଲୀ: ଲକ୍‌ଡାଉନ୍‌କୁ ନଜରରେ ରଖି ଏଟିଏମ୍ ଉଠାଣ ଓ ସର୍ବନିମ୍ନ ବାଲାନ୍ସ ଶୁଳ୍କ ଉପରେ ଯେଉଁ ସୁବିଧା ଦିଆଯାଇଥିଲା ତାହା ଆଉ ମିଳିବ ନାହିଁ। ଏହି ସୁବିଧା ଜୁନ୍ ୩୦ ପର୍ଯ୍ୟନ୍ତ ଦିଆଯାଇଥିଲା। ଜୁଲାଇ ଆରମ୍ଭରୁ ପୁଣି ଥରେ ଏଟିଏମ୍ ଉଠାଣ ଶୁଳ୍କ ଓ ସର୍ବନିମ୍ନ ବାଲାନ୍ସ ଶୁଳ୍କ ଲାଗୁ କରାଯାଇଛି। ଯେଉଁମାନେ ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ଥର ଅନ୍ୟ ବ୍ୟାଙ୍କର ଏଟିଏମ୍‌ ବ୍ୟବହାର କରିବେ ସେମାନଙ୍କୁ ପ୍ରତିଥର ଅତିରିକ୍ତ ଉଠାଣ ପାଇଁ ଶୁଳ୍କ ଗଣିବାକୁ ପଡ଼ିବ। ସେହିପରି, ନିଜ ଖାତାରେ ସର୍ବନିମ୍ନ ବାଲାନ୍ସ ନରଖିଲେ ଖାତାରୁ ଶୁଳ୍କ ବାବଦ ଅର୍ଥ କଟିବ। ବ୍ୟାଙ୍କଗୁଡ଼ିକ ନିଜ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ପ୍ରକାରର ସୁବିଧା ଦେଉଛନ୍ତି। ତେଣୁ ଗ୍ରାହକମାନେ ନିଜ ବ୍ୟାଙ୍କ ଦେଉଥିବା ନିଶୁଳ୍କ ଉଠାଣ ସୁବିଧା ଓ ସର୍ବନିମ୍ନ ବାଲାନ୍ସ ନିୟମକୁ ଜାଣିବା ଦରକାର। ଅନ୍ୟଥା ଏହି ନିୟମଗୁଡ଼ିକୁ ପାଳନ ନକଲେ ସେମାନଙ୍କୁ ଶୁଳ୍କ ଗଣିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe