ଶନିବାରଠାରୁ ମହଙ୍ଗା ହେବ ଏଟିଏମ୍ ବ୍ୟବହାର

ନିର୍ବାଚନ ପରେ ବଢ଼ିବ ଏଟିଏମ୍‌ ଚାର୍ଜ: ୨୦-୨୩ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ

ଭୁବନେଶ୍ବର : ଶନିବାର ଅର୍ଥାତ ଜାନୁଆରି ୧, ୨୦୨୨ରୁ ଏଟିଏମରୁ ଟଙ୍କା ଉଠାଣ ଉପରେ ଅଧିକ ଶୁଳକ ଲାଗୁ ହେବ । ଅର୍ଥାତ ମାସିକ ଏଟିଏମ କାରବାର ସଂଖ୍ୟାରୁ ଅଧିକ ହେଲେ ଆପଣଙ୍କୁ ପୂର୍ବ ତୁଳନାରେ ଅଧିକ ଦେୟ ଦେବାକୁ ହେବ ।

ଗତ ଜୁନ ମାସରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ ଫ୍ରି ଟ୍ରାନଜାକସନ ମାସିକ ଲିମିଟ ପରେ ଆପଣ ଯଦି ଅଧିକ କାରବାର କରୁଛନ୍ତି ତେବେ ପୂର୍ବ ଚାର୍ଜ ତୁଳନାରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ହେବ । ଏବେ ପ୍ରତିଟି ଅତିରିକ୍ତ କାରବାର ଉପରେ ଗ୍ରାହକଙ୍କୁ ପ୍ରତି କାରବାର ପିଛା ୨୦ ଟଙ୍କା ଦେବାକୁ ପଡୁଥିବା ବେଳେ ଆସନ୍ତା କାଲି ଠାରୁ ପ୍ରତି ଅତିରିକ୍ତ କାରବାର ପ୍ରତି ଗ୍ରାହକଙ୍କୁ ୨୧ ଟଙ୍କା ଦେବାକୁ ପଡିବ ।

ଏବେ ଗ୍ରାହକମାନେ ନିଜ ବ୍ୟାଙ୍କ ଏଟିଏମରୁ ମାସିକ ୫ ଥର ଶୁଳକମୁକ୍ତ ଏଟିଏମ କାରବାର କରିପାରିବେ । ମାସିକ ୫ ଥର ମାଗଣା କାରବାର ଭିତରେ ଆପଣଙ୍କର ଆର୍ଥିକ ଓ ଅଣ ଆର୍ଥିକ କାରବାର ଜଡିତ ରହିବ । ଅର୍ଥାତ ଆପଣ ଯଦି ବାଲାନ୍ସ ଚେକ କରୁଛନ୍ତି ବା ଷ୍ଟେଟମେଣ୍ଟ ବାହାର କରୁଛନ୍ତି ତେବେ ତାହା ବି ଆପଣଙ୍କ ମାଗଣା କାରବାର ଭିତର ଗଣତି ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe