ଏଟିଏମ୍‌ରୁ ଟଙ୍କାଉଠାଣ ମହଙ୍ଗା ହୋଇପାରେ: ଇଣ୍ଟରଚେଞ୍ଜ ଫି’ ବଢ଼ିପାରେ

ଏଟିଏମରୁ ବାହାରିବ କଏନ୍

ନୂଆଦିଲ୍ଲୀ: ଟଙ୍କା ଉଠାଇବା ଲାଗି ଏଟିଏମ୍‌ ଉପରେ ନିର୍ଭରଶୀଳ ଥିବା ଲୋକମାନଙ୍କୁ ଆଗାମୀ ଦିନରେ ଅଧିକ ଶୁଳ୍କ ଗଣିବାକୁ ପଡ଼ିବ। ଏଟିଏମ୍‌ଗୁଡ଼ିକର ପରିଚାଳନା କରୁଥିବା ଅପରେଟରମାନେ ଇଣ୍ଟରଚେଞ୍ଜ୍‌ ଫି’ ବଢ଼ାଇବା ଲାଗି ଦାବି କରିଛନ୍ତି। ସେହି ଦାବିକୁ ସମର୍ଥନ କରିବା ଲାଗି ସେମାନେ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆକୁ ଅନୁରୋଧ କରିଛନ୍ତି। ବ୍ୟବସାୟ ନିମନ୍ତେ ପାଣ୍ଠିର ବ୍ୟବସ୍ଥା କରିବା ଲାଗି କାରବାର ପିଛା ସର୍ବାଧିକ ୨୩ ଟଙ୍କାର ଇଣ୍ଟରଚେଞ୍ଜ ଫି’ ଲାଗୁ କରିବାକୁ ସେମାନେ କହିଛନ୍ତି। ୨୦୨୧ରେ ଏଟିଏମ୍ କାରବାର ଫି’କୁ ୧୫ ଟଙ୍କାରୁ ବଢ଼ାଇ ୧୭ ଟଙ୍କା କରାଯାଇଥିଲା। ସେହି ଫି’କୁ କିଛି ଅପରେଟର ୨୧ ଟଙ୍କାକୁ ଓ ଅନ୍ୟମାନେ ୨୩ ଟଙ୍କାକୁ ବୃଦ୍ଧି କରିବା ଲାଗି ଦାବି କରିଛନ୍ତି।

କୌଣସି ଏକ ବ୍ୟାଙ୍କର ଗ୍ରାହକ ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କରିବା ବେଳେ ପ୍ରଥମ ବ୍ୟାଙ୍କ ପକ୍ଷରୁ ଇଣ୍ଟରଚେଞ୍ଜ ଫି’ ଦିଆଯାଏ। ସେହି ଫି’ର ସୀମାକୁ କାରବାର ପିଛା ୨୧ ଟଙ୍କା ଧାର୍ଯ୍ୟ କରାଯାଇଛି। ଫି’ ବୃଦ୍ଧି କରିବା ଲାଗି ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ଓ ଏଟିଏମ୍ ଅପରେଟରମାନଙ୍କ ଭିତରେ ସହମତି ହୋଇଥିବା କୁହାଯାଉଛି। ଦେଶରେ ପ୍ରମୁଖ ସହରଗୁଡ଼ିକରେ ମାସକୁ ପାଞ୍ଚ ଥର ମାଗଣାରେ ଏଟିଏମ୍ ବ୍ୟବହାର କରିବାର ଅନୁମତି ରହିଛି। ତା’ଠାରୁ ଅଧିକ ଥର ଏଟିଏମ୍ ବ୍ୟବହାର କଲେ ଶୁଳ୍କ ଲାଗୁଛି। ଅନ୍ୟ ବ୍ୟାଙ୍କଗୁଡ଼ିକର ଏଟିଏମ୍‌କୁ ମାଗଣାରେ ତିନି ଥର ବ୍ୟବହାର କରିବାର ଅନୁମତି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe