ହ୍ବାଟ୍‌ସଆପ୍‌ର ନୂଆ ଫିଚର୍‌ରେ ବିନା ନମ୍ବରରେ ବି କରିହେବ ବ୍ୟବହାରକାରୀଙ୍କୁ ସର୍ଚ ଓ ସପିଂ

Advertisment
ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କୁ ମିଳିବାକୁ ଯାଉଛି ଏହି ନୂଆ ଫିଚର୍‌

Digit

ମୁମ୍ବାଇ: ବ୍ୟବହାରକାରୀଙ୍କ ସକାଶେ ଲୋକପ୍ରିୟ ମେସେଜିଂ ଆପ୍‌ ହ୍ବାଟ୍‌ସଆପ୍‌ ନୂଆ ନୂଆ ଫିଚର୍‌ ସବୁ ଲଞ୍ଚ୍‌ କରିବାରେ ଲାଗିଛି। ନିକଟରେ ହ୍ବାଟ୍‌ସଆପ୍‌ ଏହାର ଏକ ନୂଆ ବିଜିନେସ୍‌ ଭର୍ସନ ବି ଲଞ୍ଚ୍‌ କରିଛି। ଏଥିରେ କିଛି ଖାସ୍‌ ଫିଚର୍‌ ବି ଦେଖିବାକୁ ମିଳିଛି। ବିଜିନେସ୍‌ ବ୍ୟବହାରକାରୀଙ୍କ ସକା‌ଶେ କମ୍ପାନି ଏକ ନୂଆ ଫିଚର ଲଞ୍ଚ୍‌ କରିଛି।

ଏହି ଫିଚର୍‌ ଜରିଆରେ ବ୍ୟବହାରକାରୀ ହ୍ବାଟ୍‌ସଆପ୍‌ ବିଜିନେସ୍‌ରେ ଲୋକଙ୍କୁ ସର୍ଚ କରିପାରିବେ, ତାହା ପୁଣି ବିନା ନମ୍ବରରେ। ସେମାନଙ୍କ ସହ ଚାଟ୍‌ କରିପାରିବେ ଓ ସେଠାରେ ସାମଗ୍ରୀ ବି କିଣାକିଣି(ସପିଂ) କରିପାରିବେ। ଏହି ଫିଚରକୁ କମ୍ପାନି ବ୍ରାଜିଲ୍‌, କଲମ୍ବିଆ, ଇଣ୍ଡୋନେସିଆ, ମେକ୍ସିକୋ ଏବଂ ଇଂଲଣ୍ଡରେ ଲଞ୍ଚ୍‌ କରିସାରିଛି। ଖୁବ୍ ଶୀଘ୍ର ଏହା ଅନ୍ୟ ଭାରତ ସମେତ ଦେଶଗୁଡ଼ିକରେ ବି ଲଞ୍ଚ୍‌ ହେବ ବୋଲି ଆଶା କରାଯାଉଛି। ଏକ ବ୍ଲଗ୍‌ ପୋଷ୍ଟ୍‌ ଜରିଆରେ କମ୍ପାନି ଏହି ଫିଚର୍‌ ସଂପର୍କରେ ସୂଚନା ଦେଇଛି।

ପୂର୍ବରୁ ହ୍ବାଟ୍‌ସଆପ୍‌ ବିଭିନ୍ନ ନୂଆ ନୂଆ ଫିଚର ଲଞ୍ଚ୍‌ କରିସାରିଛି। ଏବେ ପର୍ଯ୍ୟନ୍ତ ଗ୍ରୁପ୍‌ ଚାଟରେ ଆପଣଙ୍କୁ ବ୍ୟବହାରକାରୀଙ୍କ ନମ୍ବର କିମ୍ବା ନାମ ଦୃଶ୍ୟମାନ ହେଉଛି। ମାତ୍ର ଖୁବ୍ ଶୀଘ୍ର ଆପଣ ଏଥିରେ ଫଟୋ ବି ଦେଖିପାରିବେ। ପ୍ରୋଫ‌ାଇଲ୍‌ ଫଟୋ ଉଇଦିନ୍‌ ଗ୍ରୁପ୍‌ ନାମରେ ଏକ ନୂଆ ଫିଚର ଲଞ୍ଚ୍‌ ‌କରିଛି କମ୍ପାନି। ଏହି ଫିଚର ଜରିଆରେ ଏବେ ଯିଏ ଗ୍ରୁପ୍‌ରେ ମେସେଜ୍‌ କରିବେ ତାଙ୍କ ଫଟୋକୁ ଗ୍ରୁପ୍‌ର ସମସ୍ତ ସଦସ୍ୟ ଦେଖିପାରିବେ।

ତାହା ପୂର୍ବରୁ ବି ହ୍ବାଟ୍‌ସଆପ୍‌ ଏକ ଫିଚର ଲଞ୍ଚ୍‌ କରିଥିଲା। ଯେଉଁଥିରେ ଆପଣ ସହଜରେ ପୁରୁଣା ମେସେଜ୍‌କୁ ଖୋଜି ପାଇଯିବେ। ହ୍ବ‌ାଟ୍‌ସଆପ୍‌ର ଏହି ନୂଆ ଫିଚରରେ ଆପଣ ମେସେଜ୍‌କୁ ଖୋଜିବା ପାଇଁ କୌଣସି ଏକ ଶବ୍ଦ, ସଂଖ୍ୟା କିମ୍ବା ସେହି ଚାଟ୍‌ କରିଥିବାର ତାରିଖ ଅନୁସାରେ ସର୍ଚ କଲେ ବି ସହଜରେ ମେସେଜ୍‌କୁ ପାଇଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe