ମସ୍କଙ୍କୁ ୨ ଥର ହତ୍ୟା ଉଦ୍ୟମ ହୋଇଥିଲା

ଏଆଇକୁ ନେଇ ବଡ଼ ବୟାନ ଦେଲେ ମସ୍କ: କାହାରି ଚାକିରି ରହିବ ନାହିଁ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରେ ଆକ୍ରମଣ ହୋଇଥିବା ଖବରକୁ ନେଇ ସାରା ବିଶ୍ବରେ ଜୋର ଚର୍ଚ୍ଚା ହେଉଥିବା ବେଳେ ତାଙ୍କର ଜଣେ ବଡ଼ ସମର୍ଥକ କୁହାଯାଉଥିବା ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ମଧ୍ୟ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା କହିଛନ୍ତି। ନିଜ ସୋସିଆଲ୍ ମିଡିଆ ‘ଏକ୍ସ’ରେ ସେ ଜଣାଇଛନ୍ତି ଯେ ଗତ ୮ ମାସ ଭିତରେ ମୋତେ ଦୁଇ ଥର ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା। ଟେକ୍ସାସ୍‌ରେ ଥିବା ଟେସ୍‌ଲା ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ସହ ଗିରଫ କରାଯାଇଥିଲା ବୋଲି ମସ୍କ କହିଛନ୍ତି।

ନିଜର ସୁରକ୍ଷାକୁ ତିନି ଗୁଣା ବୃଦ୍ଧି କରିବା ଲାଗି ଲୋକମାନଙ୍କୁ ଆହ୍ବାନ ଦେଇ ମସ୍କ କହିଛନ୍ତି ଯେ ଯଦି ସେମାନେ ଟ୍ରମ୍ପ୍‌ଙ୍କୁ ଆକ୍ରମଣ କରିପାରୁଛନ୍ତି, ତେବେ ତୁମ ପାଖକୁ ମଧ୍ୟ ଆସିପାରନ୍ତି। ଆଗକୁ କଠିନ ସମୟ ଆସୁଛି। ଦୁଇ ଜଣ ଲୋକ ମୋତେ ମାରିବାକୁ ଦୁଇ ଥର ଉଦ୍ୟମ କରିସାରିଲେଣି। ପୂର୍ବରୁ ମଧ୍ୟ ମସ୍କ ଅନେକ ଥର କହିଛନ୍ତି ଯେ ଯେକୌଣସି ସମୟରେ ମୋତେ ମାରିଦିଆଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe