କମ୍ ଦାମ୍‌ରେ ମନଲୋଭା ଅଳଙ୍କାର, ଦାମ୍ ୧୫୦ ଟଙ୍କାରୁ ଆରମ୍ଭ

Advertisment

କେଉଁ ବ୍ରାଣ୍ଡ୍‌ର କିଣିବେ?

କେଉଁ ବ୍ରାଣ୍ଡ୍‌ର କିଣିବେ?

କମ୍ ଦାମ୍‌ରେ ମନଲୋଭା ଅଳଙ୍କାର, ଦାମ୍ ୧୫୦ ଟଙ୍କାରୁ ଆରମ୍ଭ

ଭୁବନେଶ୍ବର: ଗହଣା ପ୍ରତି ମହିଳାମାନଙ୍କ ଅଲଗା ଆକର୍ଷଣ ରହିଛି। ଗୃହିଣୀ ଠାରୁ ଆରମ୍ଭ କରି କର୍ମଜୀବୀ ମହିଳା ପର୍ଯ୍ୟନ୍ତ ସମସ୍ତେ ଗହଣା ପିନ୍ଧିବାକୁ ପସନ୍ଦ କରନ୍ତି। ଗହଣା ଏବେ ଆଉ କେବଳ ଧନୀକ ଶ୍ରେଣୀର ଲୋକଙ୍କ ମଧ୍ୟରେ ସୀମିତ ନାହିଁ। ଅଧିକ କଂପାନି ଏହି କ୍ଷେତ୍ରରେ ପ୍ରବେଶ କରିବା ପରେ ଉତ୍ପାଦ ବର୍ଗମାଳା ସମ୍ପ୍ରସାରିତ ହୋଇଛି। କେବଳ ସୁନା, ହୀରା, ରୁପା କିମ୍ବା ପ୍ଲାଟିନମ୍‌ରେ ତିଆରି ଗହଣା ଚାହିଦାରେ ଅଛି ବୋଲି କହିବା ଭୁଲ ହେବ। ଅନ୍ୟ ପ୍ରକାର ଧାତବ ପଦାର୍ଥରେ ତିଆରି ଗହଣାଗୁଡ଼ିକୁ ମଧ୍ୟ ଲୋକମାନେ ପସନ୍ଦ କରୁଛନ୍ତି। ଏହି ଗହଣାଗୁଡ଼ିକ ହାଲୁକା ହୋଇଥିବା ବେଳେ ବେଶ ଟ୍ରେଣ୍ଡି।

ବିବାହ ଉତ୍ସବ ଠାରୁ ଆରମ୍ଭ କରି ଗମନାଗମନ କରିବା ସମୟରେ ଏଭଳିକି ଅଫିସକୁ ମଧ୍ୟ ଏହି ଗହଣାଗୁଡ଼ିକୁ ପିନ୍ଧି ଯାଇହେବ। କରୋନା ମହାମାରୀ ସମୟରେ ଅନେକ ଲୋକଙ୍କ ଆୟ ହ୍ରାସ ପାଇଛି। କିନ୍ତୁ ତାହା ଗହଣା ପ୍ରତି ଥିବା ମହିଳାଙ୍କ ଦୁର୍ବଳତାକୁ କମ୍ କରିପାରିବ ନାହିଁ। ଅନ୍‌ଲାଇନ୍‌ରେ ‌ଅନେକ ପ୍ରକାର ଟ୍ରେଣ୍ଡି ଓ ଷ୍ଟାଇଲିସ୍‌ ଗହଣା ବିକ୍ରି ହେଉଛି ଯାହାର ମୂଲ୍ୟ ଦେଢ଼ ଶହ ଟଙ୍କାରୁ ଆରମ୍ଭ ହୋଇଛି। ଏକ ହଜାର ଟଙ୍କାରୁ କମ୍ ଦାମ୍‌ରେ ମହିଳାମାନେ ନିଜ ପାଇଁ ବିଭିନ୍ନ ପ୍ରକାର ଅଳଙ୍କାର କିଣିପାରିବେ। ଅନ୍‌ଲାଇନ୍‌ରେ ଗହଣା ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ ଗ୍ରାହକଙ୍କୁ ୧୫ ଦିନ ଭିତରେ ଗହଣା ଫେରସ୍ତ କରିବା ଓ ଏକ୍ସଚେଞ୍ଜ୍‌ ସୁବିଧା ମଧ୍ୟ ଦେଉଛନ୍ତି। ଗ୍ରାହକମାନେ ବିଭିନ୍ନ ‌କୋଡ୍ ବ୍ୟବହାର କରି ଗହଣାଗୁଡ଼ିକ ଉପରେ ରିହାତି ମଧ୍ୟ ପାଇପାରିବେ।

କେଉଁ ବ୍ରାଣ୍ଡ୍‌ର କିଣିବେ?
ସୁଲଭ ମୂଲ୍ୟରେ ଗହଣା ବିକ୍ରି କରୁଥିବା ଅନେକ ସଂସ୍ଥା ରହିଛନ୍ତି। ସେଗୁଡ଼ିକ ମଧ୍ୟରେ କ୍ୟାରେଟ୍‌କାର୍ଟ, ଜାଭେରି ପର୍ଲସ୍‌, କାର୍ଲଟନ୍ ଲଣ୍ଡନ, ପାନାସ୍‌, ଏଚ୍‌ ଆଣ୍ଡ୍‌ ଏମ୍, ଡ୍ରେସ୍‌ବେରି, କ୍ରଞ୍ଚି ଫେସନ୍, ଧ୍ରୁବି, ଭୋୟଲା, ଷ୍ଟୁଡିଓ ଭୋୟଲା, ମଚ୍‌ମୋରସ୍‌, ରୁବାନ୍, ଜିଭା, ସ୍ବାରୋସ୍କି, ପେଓରା,ଆକ୍‌ସେସ୍‌ ହର୍, ଜଷ୍ଟପିଚି, ସିଲଭର୍‌ମର୍କ ଡିଜାଇନ୍ସ, ସୁଖି, ଅନିକାସ୍ କ୍ରିଏସନ୍ସ, ଆଦିତା, ଅଦ୍ବିତୀୟା କଲେକ୍ସନ୍, ଗ୍ଲୋବକ୍ସ ବାଏ ଜିରୋକାଟା, ଟୋକିଓ ଟକିଜ୍, ଇନ୍ଦ୍ୟା ଭଳି ବ୍ର୍ରାଣ୍ଡ୍‌ ରହିଛି। ଗ୍ରାହକମାନେ ଅନ୍‌ଲାଇନ୍‌ରେ ଏହି କଂପାନିଗୁଡ଼ିକର ନାମ ସର୍ଚ୍ଚ କରି ସେମାନେ ବିକ୍ରି କରୁଥିବା ବିଭିନ୍ନ ଡିଜାଇନ୍‌ର ଗହଣାଗୁଡ଼ିକୁ ଦେଖିପାରିବେ ଓ ନିଜ ପସନ୍ଦ ଅନୁସାରେ କିଣିବା ଲାଗି ବରାଦ ଦେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe