ଅତୁଲ ଅଟୋର ନୂଆ ତିନିଚକିଆ ‘ଜେମି’

Advertisment
ଅତୁଲ ଅଟୋର ନୂଆ ତିନିଚକିଆ ‘ଜେମି’

ଭୁବନେଶ୍ବର : ଅତୁଲ ଅଟୋ ଲିମିଟେଡ୍ ପକ୍ଷରୁ ଆଜି ‌ଏହାର ୪୩୫ ସିସି ବିଶିଷ୍ଟ ତିନିଚକିଆ ଡିଜେଲ ଗାଡ଼ି ଜେମିକୁ ଉନ୍ମୋଚନ କରାଯାଇଛି। ଏହାର ଉଭୟ ଯାତ୍ରୀବାହୀ ଏବଂ ମାଲବାହୀ ମଡେଲ୍‌ର ବଜାର ପ୍ରବେଶ କରାଯାଇଛି। କଂପାନିର ବିଜନେସ୍ ଡେଭେଲପ୍‌ମେଣ୍ଟ୍‌ ମୁଖ୍ୟ ପାର୍ଥ ବୋଷ, ମହାପ୍ରବନ୍ଧକ (ସର୍ଭିସ୍‌) ଜୟନ୍ତ ବୈଦ୍ୟ ଏବଂ ଆଞ୍ଚଳିକ ପ୍ରବନ୍ଧକ (ଓଡ଼ିଶା) ଚିନ୍ମୟ ସ୍ବାଇଁଙ୍କ ଉପସ୍ଥିତିରେ ନୂଆ ଗାଡ଼ିକୁ ଉନ୍ମୋଚନ କରାଯାଇଛି। ଅତୁଲ ଅଟୋର ଡିଲର୍‌ସିପ୍‌ରୁ ଗ୍ରାହକମାନେ ନୂଆ ଜେମିକୁ କିଣିପାରିବେ। ଜେମି ଯାତ୍ରୀବାହୀ ମଡେଲ୍‌ର ଏକ୍ସ-ସୋ’ରୁମ୍ ଦାମ୍ ୩,୦୫,୧୦୦ ଟଙ୍କା ରହିଥିବା ବେଳେ ମାଲବାହୀ ଗାଡ଼ିର ଦାମ୍ ୩,୦୭,୧୦୦ ଟଙ୍କା ରହିଛି। ଜେମିରେ ଚଉଡ଼ା ୱିଣ୍ଡ୍‌ସ୍କ୍ରିନ୍, ମଲ୍‌ଟିଫୋକାଲ୍ ହେଡ୍‌ଲାଇଟ୍‌ ଏବଂ ଜରୁରୀକାଳୀନ ସମୟ ପାଇଁ ସ୍ବତନ୍ତ୍ର ରୋପ୍ ଷ୍ଟାର୍ଟ ସୁବିଧା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe