ଅଡି ଭୁବନେଶ୍ବର‌ରେ ନୂଆ ‘ଏ୬’

Advertisment
ଅଡି ଭୁବନେଶ୍ବର‌ରେ ନୂଆ ‘ଏ୬’

ଭୁବନେଶ୍ବର : ଅଡି ଭୁବନେଶ୍ବର ସୋ’ରୁମ୍‌ରେ ନୂଆ ଅଡି ଏ୬କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୫୪ ଲକ୍ଷ ୨୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଏହି ଅବସରରେ ଅଡି ଭୁବନେଶ୍ବରର ମହାପ୍ରବନ୍ଧକ ଭରନି କୁମାର କହିଛନ୍ତି, ଅଡି ଏ୬ ଜରିଆରେ ଆମେ ଓଡ଼ିଶାରେ ବିଳାସପୂର୍ଣ୍ଣ କାର୍‌ ପାଇଁ ବୃଦ୍ଧି ପାଉଥିବା ଚାହିଦାକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛୁ। ଏହା ହେଉଛି ଏହି ଲୋକପ୍ରିୟ ସେଦାନ୍‌ ସିରିଜ୍‌ର ଅଷ୍ଟମ ପିଢ଼ି। ଏହା ହେଉଛି ଆମର ପ୍ରଥମ ବିଏସ୍‌-୬ ମଡେଲ୍‌ ବୋଲି ସେ କହିଛନ୍ତି।

ନୂଆ ଅଡି ଏ୬ ଷ୍ଟାର୍ଟ ହେବାର ୬.୮ ସେକେଣ୍ଡ୍‌ ଭିତରେ ୦-୧୦୦ କିମି ବେଗାରେ ଦୌଡ଼ିବାକୁ ପ୍ରସ୍ତୁତ ହୋଇଯାଉଛି। ଏଥିରେ ୭ ସ୍ପିଡ୍ ଏସ୍‌ ଟ୍ରୋନିକ୍ ଟ୍ରାନ୍‌ସମିସନ୍‌ ରହିଛି। ଏହା ଏକ ସମ୍ପୂର୍ଣ୍ଣ କନେକ୍ଟେଡ୍‌ କାର୍‌ ଯେଉଁଥିରେ ବିଭିନ୍ନ ଉପକରଣକୁ ସଂଯୋଗ କରାଯାଇପାରିବ। ଉତ୍କୃଷ୍ଟ ଇନ୍‌ଫୋଟେନ୍‌ମେଣ୍ଟ୍‌ ବ୍ୟବସ୍ଥା ଥିବା ଏହି କାର୍‌ରେ ହେଭି ଡ୍ୟୁଟି ସସ୍‌ପେନ୍‌ସନ୍ ବ୍ୟବହାର କରାଯାଇଛି ଯାହା ଯାତ୍ରୀଙ୍କୁ ଆରାମ ପ୍ରଦାନ କରିବ। ଡ୍ରାଇଭର୍‌ଙ୍କୁ ସହାୟତା ଦେବା ଲାଗି ଏଥିରେ ସାମ୍ନା ଓ ପଛ ପାର୍କିଂ ସେନ୍‌ସର୍‌ ଓ ଲେନ୍‌ରୁ ହଟିବା ଚେତାବନୀ ଦେଉଥିବା ବ୍ୟବସ୍ଥା ରହିଛି। ଏହି ସେଦାନ୍‌ର ଭିତର ଓ ବାହାର ପାର୍ଶ୍ବକୁ ବେଶ ଆକର୍ଷଣୀୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe