ଅଗଷ୍ଟ ଖୁଚୁରା ମୁଦ୍ରାସ୍ଫୀତି: ଦେଶରେ ବଢ଼ିଲା, ଓଡ଼ିଶାରେ କମିଲା

ଅଗଷ୍ଟ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୨.୦୭ ପ୍ରତିଶତକୁ ବୃଦ୍ଧି ପାଇଛି। ଜୁଲାଇରେ ଏହା ୧.୬୧ ପ୍ରତିଶତ ରହିଥିଲା। ଅଗଷ୍ଟରେ ଦେଶର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୧.୬୯ ପ୍ରତିଶତକୁ ବୃଦ୍ଧି ପାଇଛି।

sfsffsxcxc

ଭୁବନେଶ୍ବର: ଅଗଷ୍ଟ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୨.୦୭ ପ୍ରତିଶତକୁ ବୃଦ୍ଧି ପାଇଛି। ଜୁଲାଇରେ ଏହା ୧.୬୧ ପ୍ରତିଶତ ରହିଥିଲା। ଅଗଷ୍ଟରେ ଦେଶର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୧.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିଭଳି ସହରାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୨.୪୭ ପ୍ରତିଶତରେ ପହଞ୍ଚିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ବଢ଼ିଥିଲେ ମଧ୍ୟ ଏହା ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରହିଛି। ଦେଶରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି କ୍ରମାଗତ ତୃତୀୟମାସ ପାଇଁ ବିଯୁକ୍ତାତ୍ମକ ରହିଛି। ଅଗଷ୍ଟ ମାସରେ ଏହା ବିଯୁକ୍ତ ୦.୬୯ ପ୍ରତିଶତ ରହିଛି। ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟ ମାସରେ ଯଥାକ୍ରମେ ବିଯୁକ୍ତ ୦.୭୦ ପ୍ରତିଶତ ଏବଂ ବିଯୁକ୍ତ ୦.୫୮ ପ୍ରତିଶତ ରହିଛି। ଦେଶରେ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ଏବଂ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତିରେ ଯେଉଁ ବୃଦ୍ଧି ଦେଖାଦେଇଛି ତାହା ମୁଖ୍ୟତଃ ପନିପରିବା, ମାଛ ଓ ମାଂସ, ତେଲ ଏବଂ ପର୍ସନାଲ କେୟାର ଏବଂ ଅଣ୍ଡା ଆଦି ସାମଗ୍ରୀର ମୂଲ୍ୟବୃଦ୍ଧି କାରଣରୁ ହୋଇଛି।  

ରାଜ୍ୟଗୁଡ଼ିକର ତଥ୍ୟ ଉପରେ ନଜର ପକାଇଲେ ଜଣାଯାଇଛି ଯେ ଅଗଷ୍ଟରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୦.୫୫% ରହିଛି। ଆସାମର ଖୁଚୁରା ମୁଦ୍ରାସ୍ଫୀତି ବି ବିଯୁକ୍ତ ୦.୬୬% ଅଛି। ଅର୍ଥାତ୍‌ ଦେଶର ଏହି ଦୁଇଟି ରାଜ୍ୟରେ ଅଗଷ୍ଟ ମାସରେ ଦରଦାମ ଗତବର୍ଷ ଅଗଷ୍ଟ ତୁଳନାରେ ନିମ୍ନମୁଖୀ ହୋଇଛି। ଓଡ଼ିଶାର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟ ମାସରେ ବିଯୁକ୍ତ ୦.୮୪% ରହିଛି। କିନ୍ତୁ ସହରାଞ୍ଚଳରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୦.୩୧% ବୃଦ୍ଧି ପାଇଛି। 

ଅନ୍ୟପକ୍ଷରେ ଅଗଷ୍ଟରେ କେରଳ ଦେଶର ସବୁଠୁ ମହଙ୍ଗା ବଜାର ହୋଇଛି। ‌ସେଠାରେ ଖୁଚୁରା ମୁଦ୍ରାସ୍ଫୀତି ୯.୦୪% ଥିବାବେଳେ ଏହା ପଛକୁ କର୍ଣ୍ଣାଟକ ଦ୍ବିତୀୟ ମହଙ୍ଗା ବଜାର ଭାବେ ପରିଗଣିତ ହୋଇଛି। କର୍ଣ୍ଣାଟକରେ ଖୁଚୁରା ମୁଦ୍ରାସ୍ଫୀତି ୩.୮୧% ଅଛି। ସେହିଭଳି ଜମ୍ମୁ କାଶ୍ମୀର, ପଞ୍ଜାବ ଏବଂ ତାମିଲନାଡ଼ୁରେ ମଧ୍ୟ ଖୁଚୁରା ମୁଦ୍ରାସ୍ଫୀତି ଅଧିକ ରହିଛି। ଏମାନେ ଯଥାକ୍ରମେ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି। ଚଳିତବର୍ଷ ଜୁଲାଇରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୦.୩୦% ରହିଥିଲା। ଜୁଲାଇରେ ରାଜ୍ୟର ଗ୍ରାମାଞ୍ଚଳରେ ଏହି ହାର ବିଯୁକ୍ତ ୦.୬୦% ଓ ସହରାଞ୍ଚଳରେ ୦.୫୩% ରହିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe