ଅଟୋ ଏକ୍ସପୋ ୨୦୨୦ : କାର୍‌, ବାଇକ୍‌ର ବଡ଼ ପ୍ରଦର୍ଶନୀ ଆରମ୍ଭ

Advertisment
ଅଟୋ ଏକ୍ସପୋ ୨୦୨୦ : କାର୍‌, ବାଇକ୍‌ର ବଡ଼ ପ୍ରଦର୍ଶନୀ ଆରମ୍ଭ

autocarpro.in

ନୂଆଦିଲ୍ଲୀ : ଗ୍ରେଟର ନୋଏଡା ଠାରେ ଅଟୋ ଏକ୍ସପୋ ୨୦୨୦ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଭିନ୍ନ କଂପାନି ପକ୍ଷରୁ ୪୦ଟି ନୂଆ ମଡେଲ୍‌ର ଯାନବାହନ ପ୍ରଦର୍ଶନ କରାଯାଇଛି। ସବୁଠୁ ଶସ୍ତା ଇ-କେୟୁଭି ୧୦୦ ଠାରୁ ଆରମ୍ଭ କରି ଏମ୍‌ଜି ମାର୍ଭେଲ୍ ଏକ୍ସ ଭଳି ବିଳାସପୂର୍ଣ୍ଣ ଗାଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି। ମାରୁତି ସୁଜୁକି ଏହାର ପ୍ରଥମ ଇଲେକ୍‌ଟ୍ରିକ୍ ଯାନ ମଡେଲ୍‌ ‘ଫ୍ୟୁଚର-ଇ’କୁ ପ୍ରଦର୍ଶିତ କରିଛି। ଏହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ପାଖାପାଖି ରହିବ। ଟାଟା ମୋଟର୍ସ ପକ୍ଷରୁ ଦୁଇ ଦଶନ୍ଧୀ ତଳର ମଡେଲ୍‌ ‘ସିଏରା’କୁ ଇଲେକ୍ଟ୍ରିକ୍ ଯାନ ରୂପରେ ପ୍ରଦର୍ଶିତ କରାଯାଇଛି। ଏଥିରେ ତିନିଟି ଡୋର୍‌ ରହିଛି। ହୁଣ୍ଡାଇ ଏହାର ୨୦୨୦ ଟସ୍‌କନ୍ ଓ ମହିନ୍ଦ୍ରା ସୁଲଭ ମୂଲ୍ୟର ଇ-ଗାଡ଼ି ଇ-କେୟୁଭି ୧୦୦କୁ ପ୍ରଦର୍ଶନ କରିଛି। ଇ-କେୟୁଭି ୧୦୦ର ମୂଲ୍ୟ ୮ ଲକ୍ଷ ୨୫ ହଜାର ଟଙ୍କା ରଖାଯାଇଛି। ଫୋର୍ସ ମୋଟର ପକ୍ଷରୁ ତିନିଟି ଆଡଭେଞ୍ଚର ଗାଡ଼ି ମଡେଲ୍‌ ଓ କିଆ ମୋଟର୍ସ ଏହାର ସୋନେଟ୍‌ ମଡେଲ୍‌କୁ ପ୍ରଦର୍ଶିତ କରିଛି। ଚଳିତ ବର୍ଷର ଅଟୋ ଏକ୍ସପୋରେ ଅନେକ ବଡ଼ ବଡ଼ କଂପାନି ଭାଗ ନେଇନାହାନତି। ଅଡି, ବିଏମଡବ୍ଲୁ, ଫୋର୍ଡ, ଟୟୋଟା, ଭଲଭୋ, ଜିପ୍‌, ଲେକ୍ସସ୍ ଓ ହୋଣ୍ଡା ଭଳି ଅନେକ କଂପାନି ଭାଗ ନେଇନାହାନ୍ତି। ଦୁଇ ଚକିଆ କଂପାନି ଭିତରେ ହୋଣ୍ଡା, ଟିଭିଏସ ଓ ବଜାଜ ଏହି ଏକ୍ସପୋରେ ଭାଗ ନେଇନାହାନ୍ତି। ଏକ୍ସପୋରେ କରୋନା ଭୁତାଣୁର ଭୟ ଦେଖିବାକୁ ମିଳିଥିଲା। କଂପାନିର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପରିଦର୍ଶନକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ମାସ୍କ ଲାଗିଥିଲା।

publive-image Patrika

ଭାରତ ଆସିଲା ଚୀନ୍‌ର ‘ଗ୍ରେଟ୍‌ ୱାଲ୍‌ ମୋଟର୍ସ’
ନୂଆଦିଲ୍ଲୀ : ଭାରତୀୟ ବଜାରରେ ଚୀନ୍‌ର ସ୍ମାର୍ଟଫୋନ୍ କଂପାନି ଯଥା ଶାଓମି, ଭିଭୋ ଓ ଓପୋ ଆଦି ବଡ଼ ଧରଣର ସଫଳତା ହାସଲ କରିବା ପରେ ସେଠାକାର ଗାଡ଼ି କଂପାନିଗୁଡ଼ିକ ଏବେ ଭାରତୀୟ ବଜାର ଉପରେ ନଜର ପକାଇଛନ୍ତି। କିଛି ଦିନ ତଳେ ଚୀନ୍‌ର ଗାଡ଼ି କଂପାନି ଏମ୍‌ଜି ମୋଟର୍ସ ଭାରତ ଆସିଥିଲା। ଏହାର ଗାଡ଼ି ଏମ୍‌ଜି ହେକ୍ଟର ଏଠାରେ ଗ୍ରାହକଙ୍କ ଦ୍ବାରା ଗ୍ରହଣୀୟ ହୋଇଛି। ଏହି ସଫଳତାରେ ଉତ୍ସାହିତ ହୋଇ ଚୀନ୍‌ର ଆଉ ଏକ ଗାଡ଼ି କଂପାନି ‘ଗ୍ରେଟ୍ ୱାଲ୍ ମୋଟର୍ସ’ ଭାରତରେ ଆଜି ପ୍ରବେଶ କରିଛି। ଗ୍ରେଟର୍‌ ନୋଏଡାରେ ଆଜିଠାରୁ ଆରମ୍ଭ ହୋଇଥିବା ଅଟୋ ଏକ୍ସପୋ ୨୦୨୦ରେ ଏହି କଂପାନିର ନିଜର ବ୍ୟାପକ ବର୍ଗର ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ କରିଛି। ଭାରତରେ ଏହି କଂପାନି ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ‘ହାଭାଲ୍‌’ ବ୍ରାଣ୍ଡ୍‌ର ଏସ୍‌ୟୁଭି ବିକ୍ରି କରିବାକୁ ଯୋଜନା ରଖିଥିବା ବେଳେ ଇଲେକ୍‌ଟ୍ରିକ୍ ଗାଡ଼ି ବର୍ଗରେ ଏହା ‘ଜିଡବ୍ଲୁଏମ୍‌’ ବ୍ରାଣ୍ଡ୍‌କୁ ପ୍ରଦର୍ଶିତ କରିଛି।

ରେନୋ ଦେଖାଇଲା ନୂଆ ‘ଟ୍ରାଇବର୍‌’
ନୂଆଦିଲ୍ଲୀ : ରେନୋ ଟ୍ରାଇବର୍‌ର ନୂଆ ମଡେଲ୍‌ ‘ଟ୍ରାଇବର୍‌ ଇଜି-ଆର୍‌ଏମ୍‌ଟି’କୁ ଅଟୋ ଏକ୍ସପୋ ୨୦୨୦ରେ ପ୍ରଦର୍ଶିତ କରାଯାଇଛି। ଚଳିତ ବର୍ଷ ଏହି ମଡେଲ୍‌ ବଜାରକୁ ଆସିବ। ଗ୍ରୁପ୍‌ ରେନୋର ଅଧ୍ୟକ୍ଷ ଫାବ୍ରିସ୍ କାମ୍ବୋଲିଭ୍ ଓ ରେନୋ ଇଣ୍ଡିଆର କଣ୍ଟ୍ରି ସିଇଓ ଭେଙ୍କଟରାମ ମାମିଲାପାଲେ ଏହାକୁ ଉନ୍ମୋଚନ କରିଛନ୍ତି। ରେନୋର ଭାରତ ଓ ଫ୍ରାନ୍ସର ଟିମ୍ ମିଳିତ ହୋଇ ଟ୍ରାଇବର୍‌କୁ ଭାରତ ପାଇଁ ସ୍ବତନ୍ତ୍ର ଭାବେ ବିକଶିତ କରିଛନ୍ତି। ଏହି ଗାଡ଼ିରେ ‌ଅନେକ ସୁବିଧା‌ ସୁ‌ଯୋଗ ବ୍ୟବହାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe