ଅଟୋ ଇଣ୍ଡଷ୍ଟ୍ରି ପାଇଁ ସହାୟତା ଦିଅନ୍ତୁ ସରକାର: ମାରୁତି ସୁଜୁକି ସିଇଓ

Advertisment
ଅଟୋ ଇଣ୍ଡଷ୍ଟ୍ରି ପାଇଁ ସହାୟତା ଦିଅନ୍ତୁ ସରକାର: ମାରୁତି ସୁଜୁକି ସିଇଓ

ନୂଆଦିଲ୍ଲୀ: କରୋନା ସଙ୍କଟ ଯୋଗୁଁ ଅଟୋ ଇଣ୍ଡଷ୍ଟ୍ରି ଉପରେ ପ୍ରଭାବ ପଡିଛି। ଏହି ପରିସ୍ଥିତିରେ ମାରୁତି ସୁଜୁକିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ କେନିଚି ଆୟୁକାୱା ସରକାରଙ୍କ ସହାୟତା ଲୋଡିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଅଟୋ ଇଣ୍ଡଷ୍ଟ୍ରି ଇତିହାସର ସବୁଠାରୁ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ଜିଏସଟି ହ୍ରାସ ବ୍ୟତୀତ ପ୍ରୋତ୍ସାହନ ଭିତ୍ତିକ ସ୍କ୍ରାପେଜ୍ ନୀତି ଆକାରରେ ସରକାରୀ ସହାୟତା ଆବଶ୍ୟକ ହୋଇପଡିଛି । ଆୟୁକାୱା କହିଛନ୍ତି ଯେ ଆମେ ଇତିହାସର ସବୁଠାରୁ କଠିନ ସମୟ ଦେଇ ଗତି କରୁଛୁ |

publive-image

ଆୟୁକାୱା କହିଛନ୍ତି ଯେ କରୋନା ଜୀବାଣୁ ମହାମାରୀ ଏବଂ ଗତ ଆର୍ଥିକ ବର୍ଷ ଠାରୁ ଜାରି ରହିଥିବା କମ ବିକ୍ରି ଯୋଗୁଁ ଏହି ଇଣ୍ଡଷ୍ଟ୍ରି ବହୁ ବର୍ଷ ପଛକୁ ଚାଲିଯାଇଛି। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ସଙ୍କଟ ବେଳେ ଭାରତୀୟ ଅଟୋ ଇଣ୍ଡଷ୍ଟ୍ରି ଭେଣ୍ଟିଲେଟର, ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଉତ୍ପାଦନରେ ଏକ ଭୂମିକା ଗ୍ରହଣ କରିଛି ଏବଂ ଏହି ଭୁତାଣୁକୁ ମୁକାବିଲା ପାଇଁ ବିଦେଶରୁ ଟେଷ୍ଟ କିଟ୍ ଆମଦାନୀ କରିଛି।

ଏଠାରେ ସୂଚନା ଥାଉ କି କରୋନା ମହାମାରୀ ଓ ଏହା ପରବର୍ତ୍ତୀ ଲକଡାଉନ ଯୋଗୁଁ ପ୍ରାୟ ୩ ମାସ ଧରି ଅନେକ ସୋ ରୁମ ବନ୍ଦ ହୋଇଥିବାବେଳେ କାର ବିକ୍ରି ମଧ୍ୟ ହ୍ରାସ ପାଇଛି | ସେହିପରି ଅନେକ କମ୍ପାନୀ ତାଙ୍କର କର୍ମଚାରୀ ହ୍ରାସ କରିବାକୁ ଘୋଷଣା କରିଥିବାବେଳେ ଏଥିରୁ ମୁକୁଳିବା ପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe