ଅଟୋମୋବାଇଲକୁ ବି ଅଣଦେଖା

Advertisment
ଅଟୋମୋବାଇଲକୁ ବି ଅଣଦେଖା

Business Standard

ନୂଆଦିଲ୍ଲୀ : ଆର୍ଥିକ ମାନ୍ଦାବସ୍ଥା ଏବଂ ସୁପ୍ରିମ୍ କୋର୍ଟରଙ୍କ ଏଜିଆର୍‌ ରାୟ ପରେ ଦେଶର ୩ଟି ଶିଳ୍ପ ଗୁରୁତର ସଙ୍କଟ ଦେଇ ଗତି କରୁଛନ୍ତି। ସେଗୁଡ଼ିକ ହେଲା ଅଟୋମୋବାଇଲ, ରିଅଲ ଇଷ୍ଟେଟ୍‌ ଏବଂ ଟେଲିକମ୍‌। ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏସବୁ ଶିଳ୍ପକୁ ରିହାତି ଦେବେ ବୋଲି ସବୁ ମହଲରେ ଆଶା ରହିଥିଲା। କିନ୍ତୁ ନିର୍ମଳା ଏହି ତିନୋଟି ଶିଳ୍ପ ପ୍ରତି ଆଖି ବୁଜିଦେଇଛନ୍ତି। ଆୟକର ସ୍ଲାବକୁ ବଢ଼ାଇବା ଭଳି ପରୋକ୍ଷ ପଦକ୍ଷେପକୁ ଛାଡ଼ିଦେଲେ କୌଣସି ପ୍ରକାର ସିଧାସଳଖ ସହାୟତା ନିର୍ମଳା ଏହି ଶିଳ୍ପଗୁଡ଼ିକୁ ପ୍ରଦାନ କରିନାହାନ୍ତି। ତେଣୁ ଏହି ଶିଳ୍ପ ଗୁଡ଼ିକ‌ ବଜେଟ ପ୍ରସ୍ତାବରେ ଘୋର ଅସନ୍ତୁଷ୍ଟ ଅଛନ୍ତି।

publive-image moneycontrol.com

ସୂଚନାଯୋଗ୍ୟ, ଅର୍ଥନୈତିକ ସର୍ଭେରେ ଦର୍ଶାଯାଇଛି ଦେଶର ପ୍ରମୁଖ ୮ଟି ସହରରେ ୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ଘର ବିକ୍ରି ନହୋଇ ପଡ଼ିରହିଛି। ଏହାକୁ ବିଚାରକୁ ନେଲେ ରିଅଲ ଇଷ୍ଟେଟ ଶିଳ୍ପ ପାଇଁ ଅର୍ଥମନ୍ତ୍ରୀ ବଜେଟରେ କିଛି ସ୍ବତନ୍ତ୍ର ଘୋଷଣା କରିବା ଅନୁମାନ କରାଯାଉଥିଲା। ତେବେ ସୁଲଭ ଗୃହ‌ କ୍ରେତାଙ୍କ ପାଇଁ ଟିକସ ପ୍ରୋତ୍ସାହନ ତାରିଖକୁ ବଢ଼ାଇବା ଛଡ଼ା ଅର୍ଥମନ୍ତ୍ରୀ କୌଣସି ସିଧାସଳଖ ସହାୟତା ପ୍ରଦାନ କରିନାହାନ୍ତି। ସେହିଭଳି ଦେଶରେ ଗାଡ଼ି ବିକ୍ରି ଲଗାତାର ଭାବେ କମିବାରେ ଲାଗିଛି। ତେଣୁ ଅଟୋମୋବାଇଲ ଶିଳ୍ପକୁ ଅର୍ଥମନ୍ତ୍ରୀ ବଜେଟରେ ସିଧାସଳଖ ସହାୟତା ‌ପ୍ରଦାନ କରିବେ ବୋଲି ଉତ୍ସୁକତା ରହିଥିଲା। ପ୍ରୋତ୍ସାହନଭିତ୍ତିକ ସ୍କ୍ରାପେଜ୍ ନୀତି ସମ୍ପର୍କରେ କିଛି ଘୋଷଣା କରାଯିବ ବୋଲି ଆଶା ରଖାଯାଇଥି‌ଲା। କିନ୍ତୁ ଏ ନେଇ ବଜେଟ୍ ନିରବ ରହିଛି। ତେବେ ଆୟକର ସ୍ଲାବ୍‌ ଓ ହାରରେ ପରିବର୍ତ୍ତନ ଅଣାଯାଇଥିବାରୁ ଲୋକଙ୍କ ହାତରେ ଅଧିକ ଅର୍ଥ ରହିବ। ଲୋକମାନେ ଯଦି ସେହି ଅର୍ଥକୁ କାର୍ କ୍ରୟରେ ଉପଯୋଗ କରନ୍ତି ତାହେଲେ ଏଣ୍ଟ୍ରି ଲେଭେଲ କାର ବିକ୍ରି ବୃଦ୍ଧି ପାଇପାରେ ବୋଲି ମତ ପ୍ରକାଶ ପାଇଛି। ଦେଶର ମୋଟ ଜିଡିପିରେ ଅଟୋମୋବାଇଲ ଶିଳ୍ପର ଯୋଗଦାନ ୨.୩ ପ୍ରତିଶତ ରହିଥିବାବେଳେ ଏଥିରେ ପ୍ରାୟ ୫୦ ଲକ୍ଷରୁ ଅଧିକ ଲୋକ ନିଯୁକ୍ତ ଅଛନ୍ତି। ସେହିଭଳି ସୁପ୍ରିମ କୋର୍ଟଙ୍କ ଏଜିଆର ରାୟ ପରେ ଅନ୍ୟନ୍ତ ଅସୁବିଧା ପରିସ୍ଥିତି ଦେଇ ଗତି କରୁଥିବା ଟେଲିକମ୍ ଶିଳ୍ପ ପାଇଁ କିଛି ପଦକ୍ଷେପ ନିଆଯିବ ବୋଲି ମନେ କରାଯାଉଥିଲା। କିନ୍ତୁ ଏ ନେଇ ବଜେଟରେ କୌଣସି ପ୍ରସ୍ତାବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe